ପଣା ସଂକ୍ରାନ୍ତିରେ ପଣା ଭୋଗ ଲାଗିବାର ପରମ୍ପରା ରହିଛି। ତେବେ ଆସନ୍ତୁ ଜାଣିବା ପଣା ପ୍ରସ୍ତୁତ କରିବାର ଉପାୟ….
ବେଲ ପଣା, ଛତୁଆ ପଣା, କ୍ଷୀର ପଣା ଆଦି ବିଭିନ୍ନ ପ୍ରକାର ପଣା ପ୍ରସ୍ତୁତ କରାଯାଏ।
ବେଲ ପଣା
ଆବାଶ୍ୟକୀୟ ସାମଗ୍ରୀ: ଗୋଟିଏ ପାଚିଲା ବେଲ, ଗୁଡ଼ ବା ଚିନି, ଅଳ୍ପ ଗୋଲମରିଚ ଓ ଗୁଜୁରାତି ଗୁଣ୍ଡ, ଦହି, ଛେନା, ୩-୪ଟି ପାଚିଲା କଦଳୀ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବେଲକୁ ଫଟାଇ ସେଥିରୁ ଶସ ବାହାର କରି ଏକ ପାତ୍ରରେ ରଖନ୍ତୁ। ପରେ ସେଥିରେ ଦହି, ଗୁଡ଼, ଛେନା, କଦଳୀ ଆଦି ପକାଇ ଚକଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବେଲ ପଣା। ସେଥିରେ କିଛି ଫ୍ରୁଟ୍ସ ପକାଇ ସଜାଇ ପାରିବେ।
ବେଲ ପଣା ଶରୀର ପାଇଁ ଅନେକ ଫଳପ୍ରଦ । ବିଶେଷ କରି ପେଟ ଜନିତ ସମସ୍ୟାକୁ ଦୂର କରିବାରେ ଏହା ଅତ୍ୟନ୍ତ ଲାଭଦାୟକ।



