www.samajalive.in
Friday, December 12, 2025
14.1 C
Bhubaneswar

୫୨ ଦେଶର ୨୨ ହଜାର ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ

ଜେନେଭା: ବୈଶ୍ବିକ ମହାମାରୀ କରୋନା କବଳରେ ପୃଥିବୀର ୨ଶହରୁ ଊର୍ଧ୍ବ ଦେଶ କବଳିତ ।  ସଂକ୍ରମିତଙ୍କୁ ବଞ୍ଚାଇବା ପାଇଁ ଦିନରାତି ଏକ କରିଦେଇଛନ୍ତି ଡ଼ାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ । ମାତ୍ର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ପରିସଂଖ୍ୟାନ ଅନୁସାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ କରୋନାରୁ ମୁକ୍ତି ପାଇ ପାରିନାହାନ୍ତି । ଚିକିତ୍ସା କରିବା ବେଳେ ପୃଥିବୀର ୫୨ ଦେଶର ପ୍ରାୟ ୨୨ହଜାର ସ୍ବାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ ହୋଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶିତ ‘ଡ଼େଲି ସିଚୁଏସନ ରିପୋର୍ଟ’ରେ ଏହା ପ୍ରକାଶିତ ହୋଇଛି । ଏହି ତଥ୍ୟ ଆଧାରରେ ଏପ୍ରିଲ ୮ ତାରିଖ ସୁଦ୍ଦା ସାରା ବିଶ୍ବରେ ୨୨୦୭୩ ଜଣ ଡ଼ାକ୍ତର ଓ ଅନ୍ୟ କର୍ମଚାରୀ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି । ତେଣୁ ସେମାନଙ୍କୁ ପିପିଇ (ପସୋର୍ର୍ନାଲ ପ୍ରୋଟେକ୍ସିଭ୍ ଇକ୍ୟୁପମେଣ୍ଟ) ତୁରନ୍ତ ଯୋଗାଇ ଦେବା ଆବଶ୍ୟକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଛି ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories