www.samajalive.in
Saturday, December 6, 2025
26.1 C
Bhubaneswar

ଏସିଆର ସବୁଠାରୁ ଛୋଟ ଦେଶ; କିଛି ବିସ୍ମୟ ତଥ୍ୟ ଆପଣଙ୍କୁ କରିବ ଆଶ୍ଚର୍ଯ୍ୟ!

ବିଶ୍ବରେ ଅନେକ ଦେଶ ଅଛି, ଯାହା ଅତ୍ୟନ୍ତ ଛୋଟ ଏବଂ ସେଠାରେ ଜନସଂଖ୍ୟା ମଧ୍ୟ ଅଧିକ ନୁହେଁ। ଯଦିଓ ୟୁରୋପୀୟ ମହାଦ୍ୱୀପରେ ଅବସ୍ଥିତ ଭାଟିକାନ୍ ସିଟି ବିଶ୍ବର ସବୁଠାରୁ ଛୋଟ ଦେଶ ଭାବରେ ପରିଗଣିତ ହୁଏ, କିନ୍ତୁ ଆପଣ ଜାଣନ୍ତି କି ଏସିଆ ମହାଦେଶର ସବୁଠାରୁ ଛୋଟ ଦେଶ କେଉଁଟି?

ଭାରତ ମହାସାଗରରେ ଅବସ୍ଥିତ ଏହି ଦେଶ ବହୁତ ଖୁବ୍ ସୁନ୍ଦର। ଏହା ଶ୍ରୀଲଙ୍କା ଠାରୁ ପ୍ରାୟ ୯୮୩ କିମି ଏବଂ ଭାରତର ଲକ୍ଷ୍ମଦ୍ୱୀପ ଠାରୁ ମାତ୍ର ୭୯୩ କିମି ଦୂରରେ ଅବସ୍ଥିତ। ଏହି ଦେଶର ନାମ ହେଉଛି ମାଳଦ୍ୱୀପ। ୧୯୬୫ ମସିହାରେ ଏହି ଦେଶ ବ୍ରିଟିଶମାନଙ୍କଠାରୁ ସ୍ୱାଧୀନତା ପାଇଥିଲା। ଏହି ଦେଶକୁ ପ୍ରଥମେ ଭାରତ ସ୍ୱୀକୃତି ଦେଇଥିଲା। ୧୯୬୮ ନଭେମ୍ବର ୧୧ରେ ୮୫୩ ବର୍ଷର ପୁରୁଣା ରାଜତନ୍ତ୍ରକୁ ରଦ୍ଦ କରି ମାଳଦ୍ୱୀପକୁ ଏକ ଗଣତନ୍ତ୍ର ଭାବରେ ଘୋଷଣା କରାଯାଇଥିଲା। ଉଭୟ ଜନସଂଖ୍ୟା ଏବଂ ଅଞ୍ଚଳରେ ଏହା ଏସିଆର ସବୁଠାରୁ ଛୋଟ ଦେଶ। ୨୦୧୬ ଜନଗଣନା ଅନୁଯାୟୀ, ଏଠାରେ ସମୁଦାୟ ଜନସଂଖ୍ୟା ପ୍ରାୟ ଚାରି ଲକ୍ଷ ୨୮ ହଜାର।

- Advertisement -

ବାସ୍ତବରେ ମାଲଦ୍ୱୀପ ହେଉଛି ଏକ ଦ୍ୱୀପ ଗୋଷ୍ଠୀ। ସେଠାରେ ସମୁଦାୟ ୧,୧୯୨ ଦ୍ୱୀପପୁଞ୍ଜ ରହିଛି। ସେଥିମଧ୍ୟରୁ କେବଳ ୨୦୦ଟି ଦ୍ୱୀପପୁଞ୍ଜରେ ସ୍ଥାନୀୟ ବସ୍ତିବାସିନ୍ଦା ରହିଥିବାବେଳେ କେତେକ ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ସୁନ୍ଦର ରିସର୍ଟ ଏବଂ ହୋଟେଲ ନିର୍ମାଣ କରାଯାଇଛି। ଏକ ଆକଳନ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୬ ଲକ୍ଷ ପର୍ଯ୍ୟଟକ ମାଳଦ୍ୱୀପ ଆସିଥାନ୍ତି।

ମାଳଦ୍ୱୀପ ଏକ ମୁସଲମାନ ଦେଶ। ଅବଶ୍ୟ, ପୂର୍ବରୁ ଏହା ମୁସଲମାନ ଦେଶ ନ ଥିଲା। ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଦେଶ ହିନ୍ଦୁ ରାଜାମାନଙ୍କ ଅଧୀନରେ ରହିଥିଲା। କିନ୍ତୁ ପରେ ଏହା ବୌଦ୍ଧ ଧର୍ମର କେନ୍ଦ୍ର ପାଲଟି ଥିଲା। ପରେ ଧୀରେ ଧୀରେ ଏହା ଏକ ମୁସଲମାନ ରାଷ୍ଟ୍ରରେ ପରିଣତ ହେଲା। ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କୌଣସି ଅଣ-ମୁସଲମାନ ବ୍ୟକ୍ତି ମାଳଦ୍ୱୀପର ନାଗରିକ ହୋଇପାରିବ ନାହିଁ।

ପୃଥିବୀର ସମସ୍ତ ଦ୍ୱୀପ ଦେଶ ମଧ୍ୟରୁ ମାଳଦ୍ୱୀପ ହେଉଛି ସର୍ବନିମ୍ନ। ଏହା ସମୁଦ୍ର ପତ୍ତନଠାରୁ ମାତ୍ର ୧.୫ ମିଟର ଉଚ୍ଚରେ। ଯଦି କେବେ ସୁନାମି ହୁଏ, ତେବେ ଏହି ଦେଶ ବୁଡ଼ିଯିବାର ସମ୍ଭାବନା ଅଧିକ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ୱର ପ୍ରଥମ ଅଣ୍ଡର ୱାଟର କ୍ୟାବିନେଟ ବୈଠକ ମାଳଦ୍ୱୀପରେ ଅନୁଷ୍ଠିତ ହୋଇଥିଲା। ୨୦୦୯ରେ  ତତ୍କାଳୀନ ରାଷ୍ଟ୍ରପତି ମହମ୍ମଦ ନାସିଦଙ୍କ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories