www.samajalive.in
Saturday, December 6, 2025
26.1 C
Bhubaneswar

ଲକ୍‍ଡାଉନରେ ଦେବଦୂତ ସାଜିଲେ ଡାକ୍ତର: ନିଜ ବାଇକରେ ଡାକ୍ତରଖାନା ନେଇ ବଞ୍ଚାଇଲେ ନବଜାତର ଜୀବନ

ମୁମ୍ବଇ : ସାଧାରଣତଃ ଡାକ୍ତରମାନଙ୍କୁ ଈଶ୍ୱରଙ୍କ ରୂପ ବୋଲି କୁହାଯାଏ, କାରଣ ପରିସ୍ଥିତି ଯାହା ହେଉନା କାହିଁକି ରୋଗୀର ଜୀବନ ବଞ୍ଚାଇବା ପାଇଁ ସେମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥାଆନ୍ତି। ମୁମ୍ବଇ ସ୍ଥିତ ଅଲୀବାଗରେ ଏକ ନବଜାତ ପାଇଁ ଏହା ସତ ସାବ୍ୟସ୍ତ ହୋଇଛି। ଜନ୍ମ ପରେ ଗୁରୁତର ହୋଇପଡ଼ିଥିବା ଏକ ଶିଶୁର ଜୀବନ ବଞ୍ଚାଇବା ପାଇଁ ଜଣେ ଡାକ୍ତର ଦେବଦୂତ ସାଜି ତାକୁ ନିଜ ବାଇକରେ ଅନ୍ୟ ଏକ ଡାକ୍ତରଖାନାକୁ ନେଇଯାଇଥିଲେ। ଯଦ୍ୱାରା ଉଚିତ ସମୟରେ ଶିଶୁଟିର ଉତ୍ତମ ଚିକିତ୍ସା ହୋଇପାରିଥିଲା।
ସୂଚନା ଅନୁସାରେ, ଅଲୀବାଗ ନିବାସୀ ଶ୍ୱେତା ପାଟିଲଙ୍କୁ ଶୁକ୍ରବାର ପ୍ରସବ ପୀଡ଼ା ହୋଇଥିଲା ଏବଂ ତାଙ୍କ ସ୍ୱାମୀ କେତନ କରୋନା ପାଇଁ ଲକ୍‍ଡାଉନ୍‍ ଚାଲିଥିବାରୁ ତାଙ୍କୁ ନିକଟସ୍ଥ ଏକ ନର୍ସିଂହୋମ୍‍କୁ ନେଇଥିଲେ। ପୂର୍ବରୁ ଦମ୍ପତ୍ତି ନିଜ ପ୍ରଥମ ଶିଶୁକୁ ଜନ୍ମର କିଛି ଘଣ୍ଟା ମଧ୍ୟରେ ହରେଇ ଦେଇଥିଲେ। ତେଣୁ ଏଥର ତାଙ୍କ ପାଇଁ ଉଚିତ୍‍ ସମୟରେ ଉତ୍ତମ ଦେଖାଶୁଣାର ଆବଶ୍ୟକତା ଥିଲା। ଶ୍ୱେତାଙ୍କ ଅବସ୍ଥା ଦେଖି ସ୍ଥାନୀୟ ସ୍ତ୍ରୀ ରୋଗ ବିଶେଷଜ୍ଞ ସାହାଯ୍ୟ ପାଇଁ ନବଜାତ ତଥା ଶିଶୁ ଚିକିତ୍ସକ ଡାକ୍ତର ରାଜେନ୍ଦ୍ର ଚନ୍ଦୋରକରଙ୍କୁ ଡାକିଥିଲେ। ଏହାପରେ ଡାକ୍ତର ଚନ୍ଦୋରକର ଶ୍ୱେତାଙ୍କ ପ୍ରସବ କରାଇଥିଲେ ଓ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ମାତ୍ର ଶିଶୁର ଜନ୍ମ ପରେ ଡାକ୍ତରଙ୍କ ସମସ୍ୟା ବଢିଥିଲା, କାରଣ ନବଜାତଠାରେ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥିଲା ଓ ତା’ ଶରୀର ନୀଳ ପଡ଼ିବାକୁ ଲାଗିଥିଲା। ଡାକ୍ତରଙ୍କ କହିବାନୁସାରେ, ଶିଶୁକୁ ତୁରନ୍ତ ବିଶେଷ ଚିକିତ୍ସାର ଆବଶ୍ୟକତା ଥିଲା କିନ୍ତୁ ସେଠାରେ ସମସ୍ତ ସୁବିଧା ଉପଲବ୍ଧ ନ ଥିଲା। ତେଣୁ ତାକୁ ଅଲଗା ଡାକ୍ତରଖାନା ନେବା ନିହାତି ଜରୁରୀ ଥିଲା। ଲକ୍‍ଡାଉନ୍‍ କାରଣରୁ ଯାତାୟତ ପାଇଁ କୌଣସି ଯାନବାହାନ ସୁବିଧା ଉପଲବ୍ଧ ନ ହେବାରୁ ଡାକ୍ତର ତାଙ୍କ ବାଇକରେ ଶିଶୁକୁ ନିଜ ହସ୍ପିଟାଲକୁ ନେଇଥିଲେ, ଯାହା ସେଠାରୁ ୧.୫ କିଲୋମିଟର ଦୂରରେ ଅବସ୍ଥିତ।
ଡାକ୍ତର ଚନ୍ଦୋରକରଙ୍କ କହିବାନୁସାରେ, ସେ ଶିଶୁକୁ ନବଜାତ ଶିଶୁଙ୍କ ଆଇସିୟୁରେ ଭର୍ତ୍ତି କରାଇଥିଲେ ଓ ଅକ୍ସିଜେନ୍‍ ଦେଇଥିଲେ। ୧୨ ଘଣ୍ଟା ପରେ ଶିଶୁର ଅବସ୍ଥା ସ୍ଥିର ହୋଇଥିଲା। ଏହା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା ବୋଲି ଚନ୍ଦୋରକର କହିଛନ୍ତି। ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ଶିଶୁଟି ତାଙ୍କ ଅଙ୍ଗୁଳି ଧରି ରଖିଥିଲା। ତେଣୁ ସେ ସୁରକ୍ଷିତ ଅଛି ଓ ଖୁବ୍‍ଶୀଘ୍ର ସୁସ୍ଥ ହୋଇଯିବ ବୋଲି ମୁଁ ତାକୁ ଆଶ୍ୱାସନା ଦେବାକୁ ଚାହୁଁଥିଲି ବୋଲି ଡାକ୍ତର ମତବ୍ୟକ୍ତ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories