www.samajalive.in
Sunday, December 7, 2025
14.1 C
Bhubaneswar

ସରକାରୀ କାର୍ଯ୍ୟ କରୁଥିବା ବେଳେ ଯୁବକଙ୍କୁ ମାଡ : ପୁଲିସ ବିରୁଦ୍ଧରେ ଥାନାରେ ଅଭିଯୋଗ

କଳାପଥର: ରାଜ୍ୟ ସରକାରଙ୍କଦ୍ୱାରା ବଣ୍ଟନ କରାଯାଉଥିବା ଖାଉଟି ସାମଗ୍ରୀ ଗୁଡିକର ପରିବହନ ନିମନ୍ତେ ବାଙ୍କୀ-ଡମପଡା ବ୍ଲକ ପାଇଁ ନିଯୁକ୍ତି ପାଇଥିବା ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟରଙ୍କୁ ପୁଲିସ ଦ୍ୱାରା ମାଡ ମରାଯାଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ,  ବ୍ୱୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମର ମାନସ ରଞ୍ଜନ ସାହୁ ବାଙ୍କୀ-ଡମପଡା ବ୍ଲକ ପାଇଁ ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରି ଆସୁଛନ୍ତି। ଲକ୍‍ଡାଉନ୍‍ ଥିବା ହେତୁ ସରକାରୀ କାର୍ଯ୍ୟକୁ ଜନସାଧାରଙ୍କ ନିକଟରେ ସୁଗମ୍ୟ ଭାବେ ପହଞ୍ଚାଇବା ପାଇଁ ବାଙ୍କୀ ସିଭିଲ୍‍ ସପ୍ଲାଇ ବିଭାଗ ଏବଂ ବୈଦେଶ୍ୱର ଥାନା ତରଫରୁ ତାଙ୍କୁ ଯାତାୟତ ପାଇଁ ପାସ୍‍ର ସୁବିଧା କରାଯାଇଛି। ଏହି ପାସ୍‍ରେ ତାଙ୍କର ଗନ୍ତବ୍ୟ ପଥ ବାଙ୍କୀ-କଟକ ବୋଲି ଦର୍ଶାଯାଇଛି। ଏହି ପରିପ୍ରେକ୍ଷୀରେ ସେ ସରକାରୀ କାର୍ଯ୍ୟ କଳାପଥର ଅଞ୍ଚଳରେ କରୁଥିବା ସମୟରେ ଧଳାପଥର ଫାଣ୍ଡି ଅଧିକାରୀଙ୍କ ଆକ୍ରୋଶର ଶୀକାର ହୋଇ ମାଡ ଖାଇଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି।

- Advertisement -

ଅଭିଯୋଗ ମୁତାବକ , ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ଜଣକ ଗତ ୭ ତାରିଖ ଦିନ ଧଳାପଥର ପାଣ୍ଡି ବାଟ ଦେଇ ନିଜ ଗାଡିରେ ଘରକୁ ଫେରୁଥିବା ସମୟରେ ପୋଲିସ ତାଙ୍କୁ ଅଟକାଇ ଥିଲା। ସେ ସରକାରୀ କାର୍ଯ୍ୟରେ ଯାଇଥିବା ପ୍ରକାଶ କରିବା ସହିତ ପାସ୍‍କୁ ଦେଖାଇଥିଲେ। କିନ୍ତୁ ଫାଣ୍ଡି ଅଫିସର ତାଙ୍କ କଥାକୁ ନସୁଣିବା ସହିତ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ମାରଧର କରିଥିଲେ ଏବଂ ପରେ ତାଙ୍କ ଗାଡିକୁ ଫାଣ୍ଡିକୁ ନେଇ ତାଙ୍କ ହେଲ୍‍ମେଟ୍‍କୁ ଫିଙ୍ଗି ଦେଇଥିଲେ। ମାନସ ରଞ୍ଜନ ସାହୁଙ୍କୁ ଫାଣ୍ଡିରେ ଅଟକ ରଖି ଠେଙ୍ଗା ସାହାଯ୍ୟରେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ପରେ ସେ କଳା ପଥର ଡାକ୍ତର ଖାନାରେ ଚିକିତ୍ସିତ ହୋଇଥିଲେ। ତାଙ୍କ ଅଭିଯୋଗ ପତ୍ରକୁ ଓଡ଼ିଶା ପୋଲିସ୍‍ର ଇ-ଅଭିଯୋଗ ପତ୍ର ଆକାରରେ ଅଭିଯୋଗ ପତ୍ର ସଂଖ୍ୟା ୨୪୪୮୩୦୦୯୦୭୨୦୦୦୦୦୫ ରେ ଅଭିଯୋଗ କରାଯାଇଥିବା ଜଣା ଯାଇଛି। ଉକ୍ତ ପତ୍ରରେ ଫାଣ୍ଡି ଅଧିକାରୀ ତାଙ୍କ ଉପରେ ବେଆଇନ୍‍ ଭାବେ ଜୁଲମ କରିଥିବା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମୂଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ୍‍ ମହାନିର୍ଦ୍ଦେଶକ, କଟକ ଜିଲ୍ଲାପାଳ, ଖୋର୍ଦ୍ଧା ଜିଲ୍ଲାପାଳ, କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ, ବୈଦେଶ୍ୱର ଥାନା ଅଧିକାରୀଙ୍କ ଅବଗତି ନିମନ୍ତେ ଜଣା ଯାଇଥିବା ଉଲ୍ଲେଖ କରାଯାଇଛି।

Hot this week

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

Related Articles

Popular Categories