www.samajalive.in
Friday, December 12, 2025
26.1 C
Bhubaneswar

କରୋନା ଭାଇରସ : ଦେଶରେ ଗୋଷ୍ଠୀ ସଂକ୍ରମଣ ନେଇ ଆଇସିଏମଆର ରିପୋର୍ଟରେ ସଙ୍କେତ

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାରି ମଧ୍ୟରେ ଆଇସିଏମଆର ରିପୋର୍ଟରେ  ଦେଶରେ କରୋନା ଗୋଷ୍ଠି ସଂକ୍ରମଣର ସଙ୍କେତ ମିଳିଛି । ଫେବୃଆରୀ ୧୫ରୁ ଏପ୍ରିଲ ୨ ମଧ୍ୟରେ ୫ସପ୍ତାହ ଧରି ଯାଞ୍ଚ କରୁଥିଲା ଆଇସିଏମଆର । ୨୦ଟି ରାଜ୍ୟରେ ୫୨ଜିଲ୍ଲାରେ ଜଟିଳ ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ନମୁନା ପରୀକ୍ଷା କରିଥିଲା ଆଇସିଏମଆର । ୨୦ଟି ରାଜ୍ୟରେ ଆଇସିଏମଆର ୫୯୧୧ ଜଣଙ୍କ ନମୁନା ପରୀକ୍ଷା କରିଥିଲା । ଆଇସିଏମଆର  ରିପୋର୍ଟ ଅନୁସାରେ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ ୧୦୪ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ଅର୍ଥାତ ଏମାନେ ବିଦେଶରୁ ଆସିନାହାନ୍ତି କିମ୍ବା ବିଦେଶ ଫେରନ୍ତା ରୋଗୀଙ୍କ ସଂସ୍ପର୍ଶରେ ଆସି ନାହାନ୍ତି । ତେଣୁ ଏମାନେ ଗୋଷ୍ଠୀ ସଂକ୍ରମଣ ହୋଇ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ଅନ୍ୟପଟେ ପଞ୍ଜାବର ମୋହାଲିର ଜବାହରପୁରର ଗୋଟିଏ ଗାଁରେ ୩୪ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢି ଚାଲିଛି। ପଞ୍ଜାବର ମୋହାଲିରେ ଏଯାବତ ୫୦ ଜଣ କରୋନା ଆକ୍ରାନ୍ତ ଥିବା ସମୟରେ କେବଳ ଜବାହରପୁର ଗାଁରେ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ମୋହାଲିର ଡେପୁଟି କମିଶନର ଗିରିଶ ଦୟାଲାନ । ଏହି ଗାଁରେ ୩୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ୫ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଥିବା ଜଣାପଡିଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories