www.samajalive.in
Saturday, December 6, 2025
15.1 C
Bhubaneswar

ପୁରୀରୁ ଶବ ସତ୍କାର କରି ଫେରିବା ସମୟରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ସମେତ ୬ଗୁରୁତର

ଯାଜପୁର: ପୁରୀରୁ ଶବ ସଂସ୍କାର କରି ଫେରୁଥିବା ଏକ ଆମ୍ବୁଲାନ୍ସ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ଛକ ନିକଟରେ ।

ସୂଚନାଅନୁସାରେ ଭଦ୍ରକ କେନ୍ଦୁଆପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସଂପର୍କୀୟ ମୃତଦେହକୁ ସତ୍କାର କରିବା ପାଇଁ ଏକ ଆମ୍ବୁଲାନ୍ସରେ ପୁରୀ ସ୍ବର୍ଗଦ୍ବାର ଯାଇଥିଲେ। ସ୍ବର୍ଗଦ୍ବାରରେ ମୃତଦେହକୁ ସତ୍କାର କରି ଭଦ୍ରକ ଅଭିମୁଖେ ଫେରିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଭିତରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଛନ୍ତି। ସମସ୍ତ ଆହତ ଭଦ୍ରକ କେନ୍ଦୁଆପଦା ଅଞ୍ଚଳର ବୋଲି ଜଣାପଡିଛି। ଦୁର୍ଘଟଣା ହୋଇଥିବା ଖବର ପାଇଁ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ସହ ଦୁଇଟି ଗାଡିକୁ ଜବଦ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories