www.samajalive.in
Friday, December 5, 2025
26.1 C
Bhubaneswar

ଲକଡାଉନ ନିୟମ ପାଳିବାକୁ ରାଜ୍ୟବାସୀଙ୍କୁ ପୁରୀ ଗଜପତିଙ୍କ ଅନୁରୋଧ

ଭୁବନେଶ୍ବର: ରାଜ୍ୟ ସରକାର ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବଢ଼ାଇ ଦେଇଛନ୍ତି। ତେବେ ପୂର୍ବରୁ ଲକଡାଉନକୁ ରାଜ୍ୟର କେତେକ ସ୍ଥାନରେ ଲୋକେ ପାଳନ କରୁ ନ ଥିବା ଦେଖାଯାଇଛି। ଏଥିପାଇଁ ପୁଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡୁଛି। ଏହା ସତ୍ବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪୮ରେ ପହଞ୍ଚିଲାଣି। ଏହି ପରିପ୍ରେକ୍ଷୀରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ରାଜ୍ୟବାସୀଙ୍କୁ ଲକଡାଉନ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି। କରୋନା ମୁକାବିଲା ଲାଗି ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସ୍ବରୂପ ଆସନ୍ତା ୩୦ ପର୍ଯ୍ୟନ୍ତ ଜାରି ହୋଇଥିବା ଲକଡାଉନ ନିୟମକୁ ସମସ୍ତେ ପାଳନ କରି କରୋନା ବିରୋଧୀ ଲଢ଼େଇରେ ସହଯୋଗ କରିବାକୁ ମହାରାଜା ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ପ୍ରଥମେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ, ଯାହା ଆସନ୍ତା ୧୪ ତାରିଖରେ ଶେଷ ହେବାକୁ ଥିଲା। ମାତ୍ର ରାଜ୍ୟ ସରକାର କରୋନାର ବ୍ୟାପକତାକୁ ଦୃଷ୍ଟିରେ ରଖି ଏହି ଲକଡାଉନ ସମୟସୀମାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories