www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜାମ: ଶିତଲାପଲ୍ଲୀରେ ୨୦୦ ଶଯ୍ୟାର କୋଭିଡ-୧୯ ହସ୍ପିଟାଲ ଶୁଭାରମ୍ଭ

ବ୍ରହ୍ମପୁର: ଗଞ୍ଜାମ ଜିଲା ବ୍ରହ୍ମପୁର ଉପକଣ୍ଠ ଶୀତଲାପଲ୍ଲୀରେ ଶୁକ୍ରବାର ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲର ଶୁଭାରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଟାଟା ଷ୍ଟିଲ ସହଯୋଗରେ ଚାଲିବାକୁ ଥିବା ଏହି ହସ୍ପିଟାଲରେ କେବଳ କରୋନା ରୋଗୀଙ୍କୁ ଚିକିତ୍ସା କରାଯିବ । ଏଠାରେ ୧୫ ଟି ଭେଣ୍ଟିଲେଟର ବିଶିଷ୍ଟ ଆଇସିୟୁ ଶଯ୍ୟା, ୪୦ଟି ଆଇସଲେସନ ଶଯ୍ୟା, ୧୨୦ଟି ସାଧାରଣ ଶଯ୍ୟା ରହିଛି। ହସ୍ପିଟାଲ ଚାଲୁ କରିବାକୁ ସ୍ୱତନ୍ତ୍ର ପାରାମେଡିକାଲ କର୍ମଚାରୀ ନିଯୁକ୍ତ କରାଯାଇଥିବା ବେଳେ ଏମକେସିଜି ମେଡିକାଲ କଲେଜର ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଆଜି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଏମକେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ସନ୍ତୋଷ ମିଶ୍ରଙ୍କ ଉପସ୍ଥିତରେ ଜନସାଧାରଣଙ୍କ ପାଇଁ ଏହାକୁ ଉତ୍ସର୍ଗ କରାଯାଇଥିଲା ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories