www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ପାଇଁ ୟୁଏନଏସସି ବୈଠକରେ ମୁହାଁମୁହିଁ ହେଲେ ଚୀନ ଓ ଆମେରିକା

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନାର ମୁକବିଲା କରିବା ବର୍ତ୍ତମାନ ସମଗ୍ର ବିଶ୍ଵ ପାଇଁ ଏକ ଆହ୍ବାନ ପାଲଟିଛି। ଗତବର୍ଷ ଚୀନର ଉହାନରୁ ଏହି ଭାଇରସର ପ୍ରଥମ ସଂକ୍ରମଣ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ଏହି କରୋନା ଭାଇରସ ସମଗ୍ର ବିଶ୍ଵକୁ ପ୍ରଭାବିତ କରିଛି । କରୋନା ଭାଇରସର ଭୟଙ୍କର ରୂପ ବର୍ତ୍ତମାନ ବିଶ୍ଵର ପ୍ରାୟ ସମସ୍ତ ଦେଶମାନଙ୍କର ସ୍ଥିତିକୁ ବେହାଲ କରିଦେଇଛି। ଏପରି ପରିସ୍ଥିତିରେ ଗତକାଲି ମିଳିତ ଜାତିସଂଘ ସୁରକ୍ଷା ପରିଷଦ କରୋନା ମୁକାବିଲ ନେଇ ଏକ ବୈଠକ ଆୟୋଜନ କରିଥିଲା । ଯେଉଁଥିରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଏବଂ ଚୀନ । ଆମେରିକା କରୋନା ଭାଇରସ୍ ପାଇଁ ଏପର୍ଯ୍ୟନ୍ତ ଜାତିସଂଘ ଏବଂ ବିଶ୍ଵ ସ୍ବସ୍ଥ୍ୟ ସଙ୍ଗଠନର ଭୂମିକା ଉପରେ ପ୍ରଶ୍ନ ଉଠାଉଥିବା ବେଳେ ଚୀନ ଏହି ଦୁଇ ସଙ୍ଗଠନକୁ ପ୍ରଶଂସା କରୁଛି।

ଗୁରୁବାର କରୋନା ଭାଇରସ ମାମଲାରେ ଅନୁଷ୍ଠିତ ୟୁଏନଏସସି ବୈଠକରେ ଚୀନ୍ କୋଭିଡ-୧୯ କୁ ଏକ ବିଶ୍ୱସ୍ତରୀୟ ଆହ୍ବାନ କହିଛି । ଯେଉଁଥିରେ ଜାତିସଂଘ ଏବଂ ବିଶ୍ଵ ସ୍ବସ୍ଥ୍ୟ ସଙ୍ଗଠନ ଆଗେଇ ଆସୁଛନ୍ତି ଯାହାକୁ ଚୀନ୍ ପ୍ରଶଂସା କରୁଛି। ଏହି ଜୀବାଣୁ ସମସ୍ତଙ୍କ ପାଇଁ ଏକ ବିପଦ ଯେଉଁଥିରେ ସମସ୍ତେ ଏକାଠି କାମ କରିବା ଜରୁରୀ । ଜାତିସଂଘର ଆବେଦନକୁ ଚୀନ୍ ମଧ୍ୟ ସମର୍ଥନ କରେ ଯେଉଁଥିରେ ଜାତିସଂଘ କହିଛି ବର୍ତ୍ତମାନ ସମସ୍ତ ଦେଶକୁ ନିଜର ମତଭେଦ ଭୁଲି ଯାଇ କରୋନା ବିରୋଧରେ ଲଢିବାକୁ ପଡିବ । ଚୀନ୍ କହିଛି ଯେ ଯେତେବେଳେ ସେ ସଙ୍କଟ ସହ ସଂଘର୍ଷ କରୁଥିଲା ସେତେବେଳେ ଅନେକ ଦେଶ ତାକୁ ସାହାଯ୍ୟ କରିଥିଲେ, ବର୍ତ୍ତମାନ ସେ ୧୦୦ ରୁ ଅଧିକ ଦେଶକୁ ସାହାଯ୍ୟ କରୁଛି।

- Advertisement -

କିନ୍ତୁ ଅନ୍ୟପକ୍ଷେ ଚୀନର ଉଦେଶ୍ୟ ଉପରେ ପୁଣିଥରେ ଆମେରିକା ପ୍ରଶ୍ନ କରିଛି। ଆକେରିକା କହିଛି ଯେ,  ବିଶ୍ଵର ଏହି ସଙ୍କଟ ପାଇଁ ଚୀନ ଦାୟୀ ।କାରଣ ଚୀନ ଏହି କରୋନା ଭାଇରସର ସତ୍ୟତା ଲୁଚାଇ ରଖିଥିଲା । ଯେଉଁଥି ପାଇଁ ସମଗ୍ର ବିଶ୍ଵ ଆଜି ଏପରି ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି।

ଚୀନ ଏବଂ ଆମେରିକା କରୋନା ଭାଇରସକୁ ନେଇ ପରସ୍ପର ମଧ୍ୟରେ ଦୋଷ ଦେଉଥିବା ସମୟରେ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରେସ୍ ଗେବ୍ରେସିସ୍ କହିଛନ୍ତି ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ। ପରସ୍ପରକୁ ଦୋଷ ଦେବା ପରିବର୍ତ୍ତେ କରୋନାକୁ କିପରି ମୁକାବିଲା କରାଯିବ ସେ ନେଇ ଚିନ୍ତା କରନ୍ତୁ। ଗେବ୍ରେସିସ୍ କହିଛନ୍ତି, ଏହା ହେଉଛି ନୂଆ ଜୀବାଣୁ ଏବଂ ଏହା ୧୦୦ ଦିନ ମଧ୍ୟରେ ବିଶ୍ୱକୁ ବଦଳାଇ ଦେଇଛି। ଏହି ସଙ୍କଟ ସମୟରେ ପରସ୍ପରକୁ ଦୋଷ ଦେଇ ସମୟ ନଷ୍ଟ କରିବା ଅଗ୍ନି ସହିତ ଖେଳିବା ପରି। ଏଣୁ ସମୟ ନଷ୍ଟ ନକରି କରୋନାର ମୁକାବିଲା କରିବାକୁ ସେ ଅନୁରୋଧ କରିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories