ନୂଆଦିଲ୍ଲୀ : ଜେଇଇ (ମେନ) ୨୦୨୦ ପାଇଁ ଅନଲାଇନ ଆବେଦନ ଫର୍ମରେ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ସୁବିଧାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବୃଦ୍ଧି କରିଛି।
କୋଭିଡ-୧୯ ମହାମାରୀ କାରଣରୁ ବର୍ତ୍ତମାନ ଦେଶରେ ଦେଖାଦେଇଥିବା ପରିସ୍ଥିତି କାରଣରୁ ଜେଇଇ (ମେନ) ୨୦୨୦ର ପରୀକ୍ଷାର୍ଥୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନେସନାଲ ଟେଷ୍ଟିଂ ଏଜେନ୍ସିକୁ ପରାମର୍ଶ ଦିଆଯାଇ କୁହାଯାଇଥିଲା ଯେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ସୁବିଧା ଯୋଗାଇ ଦିଆଯାଉ। ତଦନୁଯାୟୀ, ଏନଟିଏ ପକ୍ଷରୁ ଆବେଦନପତ୍ରରେ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ସୁବିଧା ଦିଆଯାଇଛି।
ଜେଇଇ (ମେନ) ୨୦୨୦ : ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ
Popular Categories



