www.samajalive.in
Sunday, December 14, 2025
19.1 C
Bhubaneswar

ଚୋରକୁ କରୋନା: କ୍ବାରେଣ୍ଟାଇନରେ ପୁଲିସ, ମାଜିଷ୍ଟ୍ରେଟ, ଅଦାଲତ କର୍ମଚାରୀ

ନୂଆଦିଲ୍ଲୀ: ଏକ ଚୋରି ମାମଲାରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିକୁ ଧରି ଅଦାଲତରେ ହାଜର କରିଥିବା ପ୍ରାୟ ଦେଢ଼ ଡ଼ଜନ ପୁଲିସ ଏବେ କ୍ବାରେଣ୍ଟାଇନରେ । ସମ୍ପୃକ୍ତ ଚୋର କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିବା ପରେ ତାକୁ ଧରିଥିବା ପୁଲିସ, ଧରାଇଥିବା ଲୋକ, ହାଜର ହୋଇଥିବା ଅଦାଲତର ମାଜିଷ୍ଟ୍ରେଟ ଓ ଅନ୍ୟ କର୍ମଚାରୀ ମଧ୍ୟ କ୍ବାରେଣ୍ଟାଇନରେ ରହିଛନ୍ତି ।
ସୂଚନା ଅନୁସାରେ ଲୁଧିଆନା ପୁଲିସ ଗାଡ଼ି ଚୋରି ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିଲା । ସେମାନଙ୍କୁ ଜୀବନନଗର ପୁଲିସ ଚୌକିରେ ୨୪ ଘଣ୍ଟା ରଖାଯିବା ପରେ ଅଦାଲତରେ ହାଜର କରାଯାଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ବାରମ୍ବାର କାଶୁଥିଲେ ଓ ତାଙ୍କ ଦେହରେ ତାପମାତ୍ରା ମଧ୍ୟ ରହିଥିଲା। ଅଦାଲତରେ ଜଜ୍ ସମ୍ପୃକ୍ତ ଚୋରର ଡ଼ାକ୍ତରୀ ପରୀକ୍ଷା ପାଇଁ ନିର୍ଦେଶ ଦେଇଥିଲେ ଓ ପରୀକ୍ଷା ସମୟରେ ସେ କରୋନା ଆକ୍ରାନ୍ତ ଥିବା ସୂଚନା ମିଳିଥିଲା। ଏହି ଘଟଣା ପରେ ପ୍ରଶାସନ ଚୋରକୁ ଧରିବାରେ ସହାୟତା କରିଥିବା ଦୁଇ ବ୍ୟକ୍ତି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୮ ଜଣ ପୁଲିସ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବା ପାଇଁ ପ୍ରଶାସନ ନିର୍ଦେଶ ଦେଇଛି । ମାଜିଷ୍ଟ୍ରେଟ ଓ ଅଦାଲତ କର୍ମଚାରୀ ମଧ୍ୟ ସଙ୍ଗରୋଧରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ସାଥୀ ଚୋରଟି ମେଡ଼ିକାଲ ପରୀକ୍ଷା ପାଇଁ ଯିବା ସମୟରେ ଫେରାର ହୋଇ ଯାଇଥିବାରୁ ତାହାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଛି । ତାକୁ ମଧ୍ୟ କରୋନା ହୋଇଥିବା ସନ୍ଦେହ କରାଯାଉଛି । ତେଣୁ ତାକୁ ଧରିବାକୁ ପୁଲିସ ଉଦ୍ୟମ କରୁଥିବା ସୂଚନା ମିଳିଛି । ସମ୍ପୃକ୍ତ ଦୁଇ ଚୋର ଏକ ଗାଡ଼ି ଚୋରି ମାମଲାରେ ଗିରଫ ହୋଇଥିବା ଜଣାପଡ଼ିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories