www.samajalive.in
Saturday, December 6, 2025
19.1 C
Bhubaneswar

କରୋନା କ୍ରିକେଟ୍ ନୁହେଁ; ପ୍ରତି ବଲର ସମୀକ୍ଷା କରନ୍ତୁ ନାହିଁ : ସୁବ୍ରତ ବାଗଚୀ

ଭୁବନେଶ୍ବର (ବ୍ୟୁରୋ) : କରୋନା ଏକ କ୍ରିକେଟ୍ ନୁହେଁ । କୋଭିଡ୍‌ ହସ୍ପିଟାଲ ଓ ଲାବୋରେଟାରୀ ଆଗରେ ଓବି ଭ୍ୟାନ୍‌ ଠିଆ କରାଇବାର ସମୟ ନୁହେଁ। ଏହି ଯୁଦ୍ଧ  ୨୧ ଦିନରେ ସରିଯିବ ନାହିଁ ।  ଏହି ଯୁଦ୍ଧ କେବଳ ସରକାରଙ୍କର ନୁହେଁ । ସମାଜର ପ୍ରତିଟି ମଣିଷର ବ୍ୟକ୍ତିଗତ ଓ ସାମୂହିକ ଯୁଦ୍ଧ। ଏଥିପାଇଁ ସମସ୍ତଙ୍କୁ ଧୈର୍ଯ୍ୟ ଓ ବିଶ୍ୱାସ ରଖିବାକୁ ପଡ଼ିବ। ସମସ୍ତଙ୍କୁ ଶକ୍ତି ସଞ୍ଚୟ କରିବାକୁ ପଡ଼ିବ। ଏପରି ସ୍ଥିତିରେ କ୍ରିକେଟ୍ ମ୍ୟାଚରେ ପ୍ରତି ବଲର ସମୀକ୍ଷା ହେବା ପରି ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିର ସମୀକ୍ଷା କରନ୍ତୁ ନାହିଁ । ବର୍ତ୍ତମାନ ସମୟ ଆବଗର ସମୟ ନୁହେଁ, ପ୍ରତ୍ୟୟର ସମୟ । କରୋନା ବିପଦ ନ ଯିବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଗଣମାଧ୍ୟମକୁ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରାଯିବ। ସଠିକ୍ ଖବର ସଠିକ୍ ସମୟରେ ପ୍ରଦାନ ପହଞ୍ଚାଇ ଦିଆଯିବ, ମାତ୍ର ଆପାତକାଳୀନ ସ୍ଥିତିରେ ସବୁଖବର ସଙ୍ଗେସଙ୍ଗେ ଦିଆଯାଇ ପାରିବା ସମ୍ଭବ ନୁହେଁ । ବୃହତ୍ତର ଜନସ୍ବାର୍ଥକୁ ଦଷ୍ଟିରେ ରଖି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଯେଉଁଠି ଜନହିତରେ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ବିବରଣୀ ଦିଆଯିବାର ଆବଶ୍ୟକତା ରହିଛି ତାହାକୁ ଆମେ ଦେବୁ । ମାତ୍ର ଯେଉଁଠି ଜନହିତ ପ୍ରତି ଆଶଙ୍କା ରହିଛି ସେଠାରେ ବ୍ୟକ୍ତିଗତ ବିବରଣୀ ଦେବୁନାହିଁ । ଏଥିପାଇଁ ସମୀକ୍ଷାର ଆବଶ୍ୟକତା ନାହିଁ କିମ୍ବା ସମାଲୋଚନାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରାଜ୍ୟ କୋବିଦ-୧୯ (କରୋନା) ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।  ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେବା ଅବସରରେ ସ୍ଥିତି, କାଳ ବିଚାର କରିବାକୁ ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି  ଶ୍ରୀ ବାଗଚୀ।  ଏହାବ୍ୟତୀତ ୯ ତାରିଖ ଅପରାହ୍ନ ସୁଦ୍ଧା ରାଜ୍ୟରେ  ୪୪ ଜଣ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି ବୋଲି ସେ କହିଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories