Patra electronics

ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ; ଶତ୍ରୁଘନଙ୍କ ପରିବାର

ଖଣ୍ଡପଡା : ଦାରିଦ୍ର୍ୟର ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି। ଏନଏସି କାର୍ଯ୍ୟାଳୟ ଅଧିନ ୧୩ ନଂ ୱାର୍ଡ ନୂଆସାହସପୁର ଗ୍ରାମର ଶତ୍ରୁଘନ ଜେନା ଜଣେ ଦିନ ମଜୁରିଆ । ଜାତୀୟ ଖାଦ୍ୟସୁରକ୍ଷା ଯୋଜନାରେ ଶତ୍ରୁଘନଙ୍କ ଅନ୍ତର୍ଭୁକ୍ତ ହୋଇନଥିବାରୁ କରୋନା ବିପତ୍ତି ସମୟରେ ସଂପୃକ୍ତ ପରିବାର ଅର୍ଦ୍ଧାହାରରେ ଜୀବନ ବିତାଉଥିବା ଅଭିଯୋଗ ହୋଇଛି ।

ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ନାମରେ ଏକ ରାସନ କାର୍ଡ ପ୍ରଦାନ ନିମନ୍ତେ ସେ ଏନଏସି କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଳକ ଓ ଜିଲାପାଳଙ୍କ କାର୍ଯ୍ୟାଳୟକୁ ୪ବର୍ଷ ହେଲା ଦୈାଡୁଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରୁନାହିଁ । ହିତାଧିକାରୀମାନଙ୍କୁ ପ୍ରତିମାସରେ ଖାଉଟି ସାମଗ୍ରୀ ପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ ହେଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ଉପେକ୍ଷା ଯୋଗୁଁ ଶତ୍ରୁଘନଙ୍କ ପରିବାର ଦୁଃଖରେ କାଳତିପାତ କରୁଛନ୍ତି। ପ୍ରକାଶଥାଉକି ଶତ୍ରୁଘନଙ୍କ ପିତା ଭ୍ରମର ଜେନାଙ୍କ ନାମରେ ଅନ୍ତ୍ୟୋଦୟ ଯୋଜନାରେ ଏକ ରାସନ କାର୍ଡ ପ୍ରଦାନ କରାଯାଇଥିଲା।

୪ ବର୍ଷ ପୂର୍ବେ ଭ୍ରମରଙ୍କର ମୃତ୍ୟୁପରେ ପ୍ରଶାସନ ପକ୍ଷରୁ ଉକ୍ତ ରାସନ କାର୍ଡଟିକୁ ରଦ୍ଦ କରି ଦିଆଯାଇଥିଲା। ପରବର୍ତୀ ସମୟରେ ପରିବାରବର୍ଗଙ୍କୁ ଆଉ ରାସନ କାର୍ଡ ପ୍ରଦାନ କରାଯାଇନାହିଁ । ସେବେଠାରୁ ଶତ୍ରୁଘନଙ୍କ ପରିବାର ବର୍ଗ ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚିତ ଅଛନ୍ତି। ୪ପ୍ରାଣୀ କୁଟୁମ୍ବକୁ ଧରି ଦୁଃଖରେ ଦିନ କାଟୁଥିବା ଦିନ ମଜୁରିଆ ଶତ୍ରୁଘନଙ୍କ ପରିବାର ପ୍ରତି ଜିଲାପାଳ ଦୃଷ୍ଟିଦେବାକୁ ସାଧାରଣରେ ଦାବିହେଉଛି।

Comments are closed.