www.samajalive.in
Sunday, December 14, 2025
16.1 C
Bhubaneswar

ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ବିନାମୂଲ୍ୟରେ ହେଉ କରୋନା ପରୀକ୍ଷା

ନୂଆଦିଲ୍ଲୀ  : ସରକାରୀ ଓ ଅନୁମୋଦିତ ଘରୋଇ ଲାବୋରେଟୋରୀ (ନିଦାନ କେନ୍ଦ୍ର)ରେ ବିନା ମୂଲ୍ୟରେ କରୋନା ସଂକ୍ରମଣ ପରୀକ୍ଷା କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଘରୋଇ ନିଦାନ କେନ୍ଦ୍ରଗୁଡ଼ିକ କରୋନା ପରୀକ୍ଷା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରୁଥିବା ଅଭିଯୋଗ ପାଇବା ପରେ ସୁପ୍ରିମକୋର୍ଟ ବୁଧବାର ଏଭଳି ନିର୍ଦେଶ ଦେଇଛନ୍ତି। ଏଥିସହିତ ପ୍ରଥମେ ପରୀକ୍ଷା ବିନାମୂଲ୍ୟରେ କରାଯାଉ, ଏ ବାବଦ ଅର୍ଥ ସରକାର ଭରଣା କରିବେ କି ନାହିଁ ସେ ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଚାର ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଭାରତ ଭେଷଜ ଗବେଷଣା ପରିଷଦ ବା ଆଇସିଏମ୍‌ଆର କିମ୍ବା ଏନ୍‌ଏବିଏଲ ଅନୁମୋଦିତ ନିଦାନ କେନ୍ଦ୍ରରେ କରୋନା ପରୀକ୍ଷା କରାଇବାକୁ କୋର୍ଟ କହିଛନ୍ତି। କେନ୍ଦ୍ର ସରକାର ଘରୋଇ କ୍ଷେତ୍ରରେ କରୋନା ପରୀକ୍ଷା ଓ ଚିକିତ୍ସା ପାଇଁ ସ୍ବତନ୍ତ୍ର ବିଧିବ୍ୟବସ୍ଥା ପ୍ରଣୟନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ସେମାନେ ଯେମିତି ଏଥିପାଇଁ ଅଧିକ ଅର୍ଥ ଦାବି ନ କରିବେ ତାହାର ବ୍ୟବସ୍ଥା କରାଯାଉ ବୋଲି ବିଚାରପତି କହିଛନ୍ତି। ପୁନଶ୍ଚ, କରୋନା ସମ୍ପ୍ରତି ଏକ ଜାତୀୟ ସଂକଟ ଭାବେ ଉଭା ହୋଇଥିବାରୁ ଘରୋଇ ନିଦାନ କେନ୍ଦ୍ରଗୁଡ଼ିକର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଥିବା ଦର୍ଶାଇ ସେମାନେ ବଦାନ୍ୟତା ପ୍ରଦର୍ଶନ ପୂର୍ବକ କରୋନା ମୁକାବିଲା କ୍ଷେତ୍ରରେ ନିଜର ମହତ
ଅବଦାନ ରଖିବା ଆବଶ୍ୟକ ବୋଲି ମତ ଦେଇଛନ୍ତି।
ଆଇନଜୀବୀ ଶଶାଙ୍କ ଦେଓ ସୁଦ୍ଧିଙ୍କ ପକ୍ଷରୁ ବିନାମୂଲ୍ୟରେ କରୋନା ପରୀକ୍ଷା ନିର୍ଦେଶ ଦେବାକୁ ଆଗତ ଆବେଦନ ଉପରେ ବିଚାରବେଳେ ବିଚାରପତି ଅଶୋକ ଭୂଷଣ ଓ ବିଚାରପତି ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ ପୀଠରେ ନିଜର ପକ୍ଷ ରଖି ସରକାର ଦର୍ଶାଇଛନ୍ତି ଯେ ଦୈନିକ ଦେଶର ୧୧୮ଟି ନିଦାନ କେନ୍ଦ୍ରରେ ୧୫ହଜାର କରୋନା ପରୀକ୍ଷା କରାଯାଉଛି। ଏତଦ୍‌ବ୍ୟତୀତ ଆଉ ୪୭ଟି ଘରୋଇ ନିଦାନ କେନ୍ଦ୍ରକୁ ଏଥିପାଇଁ ଅନୁମତି ଦିଆଯାଇଛି। ଇତିମଧ୍ୟରେ ୧ଲକ୍ଷରୁ ଅଧିକ ପରୀକ୍ଷା କରାଯାଇସାରିଲାଣି। ସୂଚନାଯୋଗ୍ୟ ଯେ ଆଇସିଏମ୍‌ଆର ଧାର୍ଯ୍ୟ ଦର ଅନୁଯାୟୀ, କରୋନା ପରୀକ୍ଷା ପାଇଁ ସରକାରୀ ନିଦାନ କେନ୍ଦ୍ରଗୁଡ଼ିକ ୪୫୦୦ଟଙ୍କା ଲେଖାଏଁ ନେଉଛନ୍ତି; କିନ୍ତୁ ଘରୋଇ କ୍ଷେତ୍ରରେ ଏହାର ଠିକ୍‌ ଠିକଣା ନାହିଁ। ଏହା ବିରୋଧରେ ସୁଦ୍ଧିଙ୍କ ଆବେଦନ ଉପରେ ପୀଠ ଗତ ୩ତାରିଖରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories