www.samajalive.in
Sunday, December 14, 2025
14.1 C
Bhubaneswar

କୋଭିଡ଼-୧୯ ପାଇଁ ଆଗୁଆ ଭାବେ ମିଳିବ କଳାକାର ଭତ୍ତା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧୀନରେ କଳାକାର ଭତ୍ତା ପାଉଥିବା ରାଜ୍ୟର ୩୪, ୬୫୩ଜଣ କଳାକାରଙ୍କୁ ମାର୍ଚ୍ଚ ଠାରୁ ଜୁନ ମାସ ପର୍ୟ୍ୟନ୍ତ ଏପରି ୪ମାସର ପେନସନ୍ ଆଗୁଆ ଭାବେ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସର୍ବମୋଟ ୧୬କୋଟି ୬୩ ଲକ୍ଷ ୩୪ହଜାର ୪୦୦ଟଙ୍କାର ଆବଣ୍ଟନ ପତ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାରି କରାଯାଇଛି। ବିଶ୍ବରେ ସଂପ୍ରତି ଦେଖାଦେଇଥିବା ମହାମାରୀ କରୋନା ଭୂତାଣୁର ଭୟାବହତାକୁ ନେଇ ଦେଶରେ ଲକଡାଉନ ବ୍ୟବସ୍ଥା ସୃଷ୍ଟି ହୋଇଥିବାରୁ କଳାକାରମାନଙ୍କୁ ସହାୟତା ସ୍ବରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପେନସନ୍ ବାବଦରେ ମାସକୁ ୧୨୦୦ଟଙ୍କା ହିସାବରେ ୪ମାସ ପାଇଁ ୪୮୦୦ଟଙ୍କା ଏକକାଳୀନ ଚଳିତ ମାସ ୧୫ତାରିଖ ମଧ୍ୟରେ ସଂପୃକ୍ତ କଳାକାରମାନଙ୍କ ବ୍ୟାଙ୍କ ଜମାଖାତାକୁ ଇ-ଟ୍ରାନ୍ସଫର ଜରିଆରେ ପଇଠ କରିବାକୁ ଜିଲାପାଳମାନେ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ନିୟମ-୮(୫) ପ୍ରକାରେ ମାର୍ଚ୍ଚ ମାସରେ କଳାକାରମାନେ ନିଜ ସପକ୍ଷରେ କରିବାକୁ ଥିବା ଜୀବିତ ପ୍ରମାଣପତ୍ର ଦାଖଲକୁ ମଧ୍ୟ ଛାଡ଼ କରାଯାଇଛି। କଳାକାର ପେନସନ୍ ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ନିର୍ଦ୍ଧାରିତ ସମୟରେ ଭତ୍ତା ବଣ୍ଟନ ରିପୋର୍ଟ ଇମେଲ ଓ ହ୍ବାଟ୍ସଆପ୍ ମାଧ୍ୟମରେ ବିଭାଗକୁ ତୁରନ୍ତ ପ୍ରେରଣ କରିବାକୁ ଜିଲା ସଂସ୍କୃତି ଅଧିକାରୀ ଓ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀମାନଙ୍କୁ କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories