www.samajalive.in
Friday, December 12, 2025
16.1 C
Bhubaneswar

ଗଞ୍ଜାମ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି : ସମସ୍ତ ଜିଲ୍ଲାବାସୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଗଞ୍ଜାମ : କରୋନାକୁ ନେଇ ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ନେଇ ସାରା ରାଜ୍ୟରେ ଆରମ୍ଭରୁ ହିଁ ଚର୍ଚ୍ଚାରେ ଅଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏବେ ପୁଣିଥରେ ଜିଲାପାଳ ଜିଲ୍ଲାରେ ସବୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନେଇ ଚର୍ଚ୍ଚାକୁ ଆସିଛନ୍ତି। ସାମାଜିକ ଦୂରତ୍ୱକୁ ନଜରରେ ରଖି ଏହି ସବୁ କାମ କରାଯିବ। ତିନି ଦିନ ମଧ୍ୟରେ ରାଜ୍ୟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲାରେ ୬ ହଜାରରୁ ଅଧିକ ରାଜସ୍ବ ଗ୍ରାମ ଅଛି, ଆଉ ପ୍ରତି ରାଜସ୍ବ ଗ୍ରାମ ପାଇଁ ୫ ଜଣିଆ ଟିମ୍ ଗଠନ କରାଯିବ। ଏହି ଟିମରେ ଆଶା, ଅଙ୍ଗନବାଡି କର୍ମୀ, ଜିଆରଏସ୍, ଶିକ୍ଷକ ଓ ସ୍ୱାସ୍ଥ୍ୟ ସୁପର ଭାଇଜର ରହିବେ। ପ୍ରତି ଘର ପାଇଁ ଏକ ଫର୍ମ ତିଆରି କରାଯିବ। ଏହି ଟିମ୍ ପ୍ରତି ଘର ବୁଲି ସେମାନଙ୍କ ନାମ, ଠିକଣା ଓ ଯଦି କାହାର ଲକ୍ଷଣ ଅଛି ତେବେ ଫର୍ମରେ ଉଲ୍ଲେଖ କରିବେ। ଯଦି ଏହି ଟିମ୍ ଅନୁଭବ କରିବେ ଯେ କାହାର ଶରୀରରେ ଲକ୍ଷଣ ପ୍ରକାଶ ପାଇଛି ତେବେ ଜିଲ୍ଲା କଣ୍ଟ୍ରୋଲ ରୁମକୁ ଜଣାଇବେ। ଏହା ପରେ ତାଙ୍କର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ। ବ୍ଲକ ସ୍ତରରେ ବିଡ଼ିଓ, ଉପଖଣ୍ଡ ସ୍ତରରେ ଉପଜିଲ୍ଲାପାଳ ଏସବୁ ପ୍ରତି ନଜର ରଖିବେ। ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ତିନି ଦିନ ମଧ୍ୟରେ ସରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବଂ ଗଞ୍ଜାମ ଜିଲ୍ଲାକୁ ବିଶେଷ ଭାବେ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରମିକ ଆସିଛନ୍ତି। ଏଣୁ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories