www.samajalive.in
Monday, December 15, 2025
26.1 C
Bhubaneswar

ସତ୍ୟ ନଗର ୪ ସଂକ୍ରମିତ ବମିଖାଲ ଘଟଣା ସହ ଜଡ଼ିତ

ଭୁବନେଶ୍ବର (ବ୍ୟୁରୋ): ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସତ୍ୟନଗର ସିଲ୍ ପାଇଁ ପ୍ରଶାସନର ପଦକ୍ଷେପ ପରେ ଅକସ୍ମାତ ଏହି ଅଞ୍ଚଳରେ ନୂଆ କରୋନା ରୋଗୀ ଚିହ୍ନଟ ନେଇ ସୃଷ୍ଟି ହୋଇଥିଲା ଆଶଙ୍କା । ସତ୍ୟନଗର ଛକ-କାଳିମନ୍ଦିର ଛକ-ପତଞ୍ଜଳି ଷ୍ଟୋର-ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର କ୍ବାର୍ଟର-ଚ୍ୟାରିଟି ଅଫ୍ ମିଶନାରୀଜ୍ ବାଟ ଦେଇ ବିଗ୍ ବଜାର ପର୍ଯ୍ୟନ୍ତ ଏକ ବର୍ଗାକାର ଅଞ୍ଚଳକୁ ପ୍ରଶାସନ ସିଲ୍ ନିମନ୍ତେ ନିର୍ଦେଶ ଦେଇଥିଲା। ଏହି ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା କରାଯିବା ସହ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲା। ଏହାପରେ ସତ୍ୟନଗର ଅଞ୍ଚଳରେ କରୋନା ରୋଗୀ ଚିହ୍ନଟ ଓ ସଂଖ୍ୟାକୁ ନେଇ କିଛି ଲୋକ ଗୁଜବ ଆରମ୍ଭ କରିଥିଲେ। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ସତ୍ୟନଗର ଅଞ୍ଚଳରେ ଠାବ ହୋଇଥିବା ୪ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ଚିହ୍ନଟ ହୋଇ ସାରିଛନ୍ତି ଏବଂ ଏମାନେ ବମିଖାଲ ସଂକ୍ରମିତଙ୍କ ସହ ଜଡ଼ିତ । ପୂର୍ବରୁ ସେମାନଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିଛି ଏବଂ ଏହା ନୂଆ ଘଟଣା ନୁହେଁ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କୌଣସି ବୃଦ୍ଧି ହୋଇ ନାହିଁ, ଏହି ସଂଖ୍ୟା ପୂର୍ବପରି ୪୨ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories