www.samajalive.in
Sunday, December 7, 2025
14.1 C
Bhubaneswar

୨୪ ଘଣ୍ଟାରେ ବଦଳିଗଲା ଟ୍ରମ୍ପଙ୍କ ସ୍ବର; କହିଲେ ମୋଦୀ ଜଣେ ମହାନ ଓ ଚମତ୍କାର ନେତା

ନୂଆଦିଲ୍ଲୀ/ୱାଶିଂଟନ: ଭାରତ ହାଇଡ୍ରୋକ୍ସକ୍ଲୋରୋକୁଇନ ଔଷଧ ରପ୍ତାନୀ ଉପରକୁ କଟକଣା ହଟାଇବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବର ବଦଳିଯାଇଛି। ଏହି ଔଷଧ ରପ୍ତାନୀକୁ ନେଇ ଦିନକ ତଳେ ଭାରତକୁ ଧମକପୂର୍ଣ୍ଣ ଚେତାବନୀ ଦେଉଥିବା ଟ୍ରମ୍ପ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଢେର ପ୍ରଶଂସା କରିବା ସହିତ ତାଙ୍କୁ ଜଣେ ମହାନ ଏବଂ ଚମତ୍କାର ନେତା ବୋଲି କହିଛନ୍ତି।

ଟ୍ରମ୍ପ ଆମେରିକାର ନ୍ୟୁଜ ଚ୍ୟାନେଲ ଫକ୍ସ ନ୍ୟୁଜକୁ କହିଛନ୍ତି, ନରେନ୍ଦ୍ର ମୋଦୀ ହାଇଡ୍ରୋକ୍ସକ୍ଲୋରୋକୁଇନ ପ୍ରସଙ୍ଗରେ ଆମକୁ ସହାୟତା କରିଛନ୍ତି। ସେ ବହୁତ ଭଲ ବ୍ୟକ୍ତି। ଟ୍ରମ୍ପ କହିଥିଲେ, ଆମେ ବିଦେଶରୁ ଅନେକ ଔଷଧ ମଗାଉଛୁ। ସେଗୁଡ଼ିକ ମଧ୍ୟରେ ଭାରତରେ ପ୍ରସ୍ତୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ସାମିଲ ରହିଛି। ଏହାକୁ ନେଇ ମୁଁ ମୋଦୀଙ୍କ ସହିତ କଥା ମଧ୍ୟ ହୋଇଥିଲି। ଭାରତଠାରୁ ଏବେ ବହୁତ ଭଲ ଜିନିଷ କିଣିବାର ବାକି ଅଛି। ଆମେରିକା କରୋନା ଭୂତାଣୁ ସହ ଲଢ଼ିବା ପାଇଁ ୨୯ ନିୟୁତ ଡୋଜ୍‌ କିଣିଛି। ସୂଚନାଯୋଗ୍ୟ, ହାଇଡ୍ରୋକ୍ସିକ୍ଲୋରୋକୁଇନ ଭାରତରେ ମାଲେରିଆ ଚିକିତ୍ସା ପାଇଁ ବ୍ୟବହାର ହୋଇଥାଏ। ଭାରତରେ ମାଲେରିଆରେ ବହୁତ ଲୋକ ଆକ୍ରାନ୍ତ ହୁଅନ୍ତି, ସେଥିଲା ଭାରତ ଏହାର ସବୁଠାରୁ ବଡ଼ ଉତ୍ପାଦକ। ଏହି ଔଷଧ ଏବେ ଆଣ୍ଟି-ଭାଇରାଲ ରୂପେ ବ୍ୟବହାର ହେଉଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories