ଜାପାନର ଗବେଷକଦଳଙ୍କ ମତରେ ପ୍ରାୟ ୫୬% ଲୋକ ଭୋଜନ ସମୟରେ ଭିନ୍ନଭିନ୍ନ ଚିନ୍ତା କରିଥାନ୍ତି। ଅଧିକାଂଶ ଲୋକ ଏକାନ୍ତରେ ସେମାନଙ୍କ ଭୋଜନକୁ ଉପଭୋଗ କରିବାକୁ ପସନ୍ଦ କରୁଥିବାର ଜଣାପଡ଼ିଛି। ଅନ୍ୟମାନଙ୍କ ଦୃଷ୍ଟିରେ ସେମାନଙ୍କ ଭୋଜନର ପରିମାଣ ନ ଆସୁ, ଏହା ସହ ଏକୁଟିଆ ଖାଇବାବେଳେ ଜଣେ ଲୋକ ଆନନ୍ଦରେ ଖାଇଥାଏ ବୋଲି ବିଶେଷଜ୍ଞଙ୍କ ମତ। ଅନ୍ୟ କାହା ସହ ଖାଇଲେ, ଏହି ବର୍ଗର ଲୋକ ତରବର ହୋଇ ଖାଇଥାନ୍ତି। ଭଲଭାବେ ଖାଦ୍ୟକୁ ଚୋବାଇ ମଧ୍ୟ ନଥାନ୍ତି, ଯାହା କାରଣରୁ ପରେ ପେଟ ଖରାପ ସମସ୍ୟା ଉପୁଜିଥାଏ। ସମ୍ମୁଖରେ କିମ୍ବା ସାଥିରେ ଅନ୍ୟ କେହି ବସିଲେ, ଖାଇଲାବେଳେ ଲାଜ ମଧ୍ୟ ଲାଗେ। ଏଣୁ ନିଜକୁ ପସନ୍ଦ ଆସୁଥିବା ଶୈଳୀରେ ଭୋଜନ କରିବା ଆବଶ୍ୟକ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।
Popular Categories



