www.samajalive.in
Saturday, December 13, 2025
26.1 C
Bhubaneswar

ସର୍ଟଡାଉନ୍‍ର ଚତୁର୍ଥ ଦିନ; ଦାନୋଗହୀରରେ ବିସ୍କୁଟ୍‍, ସାନିଟାଇଜର ବାଣ୍ଟିଲା ପୁଲିସ

ପିପିଲି : ପୁରୀ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ପିପିଲିର ସମଗ୍ର ଦାନୋଗହୀର ଅଞ୍ଚଳ ତଥା ଦାନୋଗହୀର ଛକ, ଜୟପୁର ଛକ, ଜୟପୁରଶାସନ ଛକକୁ ଶନିବାର ଠାରୁ ପକ୍ଷରୁ୧୪ ତାରିଖ ପର୍ଯ୍ୟନ୍ତ ସଟ୍‍ଡାଉନ ଘୋଷଣା କରାଯାଇଛି। ପିପିଲି ପୁଲିସ ପକ୍ଷରୁ ମଙ୍ଗଳବାର ଦାନୋଗହୀର ଗ୍ରାମର ଶିଶୁ ଓ ବୟସ୍କଙ୍କୁ ବିସ୍କୁଟ, ସାନିଟାଇଜର ଓ ପାଣିବୋତଲ ବଣ୍ଟନ କରାଯାଇଛି।

ଆଇଆଇସି ଶରତ କୁମାର ସାହୁ, ଏଏସ୍‍ଆଇ ରବିନ୍ଦ୍ର କୁମାର ନାୟକ, ଏଲ୍‍ସି ଗଙ୍ଗାଧର ପ୍ରଧାନ ପ୍ରମୁଖ ଦାନୋଗହୀର ଗ୍ରାମର ବିଭିନ୍ନ ସାହି ବସ୍ତିର ଘର ଘର ବୁଲି ଶିଶୁ, ବୟସ୍କ ପୁରୁଷ, ମହିଳା, ରୋଗୀଙ୍କୁ ବିସ୍କୁଟ୍‍, ସାନିଟାଇଜର ଓ ପାଣିବୋତଲ ବଣ୍ଟନ କରିଥିଲେ। ସର୍ବଦା ଘରେ ରହିବାକୁ ସମସ୍ତଙ୍କୁ ଆଇଆଇସି ଶ୍ରୀସାହୁ ପରାମର୍ଶ ଦେବା ସହ ମୁହଁରେ ସର୍ବଦା ମାସ୍କ ବ୍ୟବହାର କରିବାକୁ କହିଥିଲେ। ଉକ୍ତ ଗ୍ରାମରେ ଯୋଗାଣ ବିଭାଗ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗା ଯାଉଥିବା ବେଳେ ସମସ୍ତ ଗ୍ରାମବାସୀ ସାମାଜିକ ଦୂରତ୍ୱ ପାଳନ ପୂର୍ବକ ନିଜ ଘର ସମ୍ମୁଖରେ ସେସବୁ ସାମଗ୍ରୀକୁ କିଣିବାକୁ ପରାମର୍ଶ ଦେବା ସହ ସଟ୍‍ଡାଉନ୍‍ ନିୟମ ଉଲଂଘନକାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ। ଗ୍ରାମର ଜଣେ ବୟସ୍କ ରୋଗୀଙ୍କ ନିମନ୍ତେ ଶ୍ରୀସାହୁ ନିଜେ ଔଷଧ ମଗାଇ ତାଙ୍କୁ ପ୍ରଦାନ କରିଥିଲେ। ସେହିପରି ହୋମ କ୍ବାରେଣ୍ଟାଇନ୍‍ ରେ ଥିବା ଏକ ପରିବାରକୁ ଶ୍ରୀ ସାହୁ ନିଜେ ଗ୍ୟାସ୍‍ ସିଲିଣ୍ଡର ନେଇ ଦେଇଥିଲେ। ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ଓ ଜରୁରୀ ସେବା ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଅଯଥାରେ କେହି ଘରୁ ବାହାରକୁ ନବାହାରିବା ପାଇଁ ସେ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। ଜରୁରୀ ସମୟରେ ଲୋକେ ପୁଲିସର ସଂପୂର୍ଣ୍ଣ ସହଯୋଗ ନେଇ ପାରିବେ ବୋଲି ସେ ସମସ୍ତଙ୍କୁ ସୂଚନା ଦେବା ସହ ଯୋଗଯୋଗ ପାଇଁ ସେ କେତେକ ମୋବାଇଲ୍‍ ନମ୍ବରକୁ ଗ୍ରାମବାସୀଙ୍କୁ ପ୍ରଦାନ କରିଥିଲେ। ସମଗ୍ର ପିପିଲି ଅଞ୍ଚଳରେ ଲକ୍‍ଡାଉନ ନିୟମକୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ନିୟମ ଉଲଂଘନକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସୂଚନା ମିଳିଛି। ତହସିଲ୍‍ଦାର ସପନ କୁମାର ନନ୍ଦ ମଧ୍ୟ ଆଜି ସମଗ୍ର ସଟ୍‍ଡାଉନ୍‍ ଅଞ୍ଚଳ ପରିକ୍ରମା କରି ଲୋକଙ୍କ ସୁବିଧା ଅସୁବିଧା ସଂପର୍କରେ ସେମାନଙ୍କ ଠାରୁ ପଚାରି ବୁଝିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories