www.samajalive.in
Sunday, December 7, 2025
18.1 C
Bhubaneswar

କରୋନା-ଟ୍ରମ୍ପ-କ୍ଲୋରୋକ୍ବିନ୍

ଭୁବନେଶ୍ବର (ବ୍ୟୁରୋ): କରୋନା ଚିକିତ୍ସା ନିମନ୍ତେ କ୍ଲୋରୋକ୍ବିନ୍ ଉପଯୋଗୀ କି ନୁହେଁ ତାହା ତଥ୍ୟସିଦ୍ଧ ନୁହେଁ । ମାର୍କିନ ଡ଼ାକ୍ତରମାନେ ଏ ସମ୍ପର୍କରେ କୌଣସି ପ୍ରମାଣ ପାଇ ନାହାନ୍ତି । ଏପରିକି କିଛି ବିଶେଷଜ୍ଞ କରୋନା ରୋଗୀଙ୍କୁ କ୍ଲୋରୋକ୍ବିନ ଚିକିତ୍ସା କଲେ ତାଙ୍କର ହୃଦ୍ ସମସ୍ୟା ବାହାରିପାରେ ବୋଲି ମଧ୍ୟ ମତ ଦେଉଛନ୍ତି । ତଥାପି ଆମେରିକାରେ କରୋନା ରୋଗୀଙ୍କ ଚିକିତ୍ସା ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ଔଷଧରେ କରାଯିବା ଆରମ୍ଭ ହୋଇଛି । ତେବେ ଏହି ସାଧାରଣ ଔଷଧ ପାଇଁ  ମାର୍କିନ ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ଭାରତ ପଛରେ ପଡ଼ିଛନ୍ତି । କ୍ଲୋରୋକ୍ବିନର ସବୁଠାରୁ ବଡ଼ ଉତ୍ପାଦନକାରୀ ଦେଶ ଭାରତକୁ ଏହି ଔଷଧ ପଠାଇବାକୁ ଅନୁରୋଧ କରିବା ଏବଂ ଏହାର ରପ୍ତାନୀ ଉପରେ ରହିଥିବା କଟକଣା ଉଠାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିବା ପରେ ଶେଷରେ ଧମକ ଦେବାକୁ ପଛାଇ ନାହାନ୍ତି । ହେଲେ କ୍ଲୋରୋକ୍ବିନ ପାଇଁ ଟ୍ରମ୍ପଙ୍କ ଏପରି ଉତ୍ସୁକତାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ । କାହିଁକି ଟ୍ରମ୍ପ କ୍ଲୋରୋକ୍ବିନ ପାଇଁ ଏତେ ବ୍ୟାକୁଳ ? ଏକ ଔଷଧ ପାଇଁ ତାଙ୍କ ଭାଷାରେ ପରମ ମିତ୍ର ମୋଦିଙ୍କୁ ମଧ୍ୟ ଧମକାଇବାକୁ ପଛାଇ ନାହାନ୍ତି ସେ । ଏହା ପଛରେ କୌଣସି ଆନ୍ତର୍ଜାତିକ ଚାପ ଅଛି ନା ନିଜସ୍ବ ଏଜେଣ୍ଡା ରହିଛି ?

ମାର୍କିନ ସମ୍ବାଦପତ୍ର ଦି ନ୍ୟୁୟର୍କ ଟାଇମ୍ସ ନିଜ ୱେବସାଇଟରେ ଏ ସମ୍ପର୍କରେ ଏକ ରିିପୋର୍ଟ ସ୍ଥାନୀତ କରିଛି  । ଟ୍ରମ୍ପ ହୋଇଡ଼୍ରୋକ୍ସିନ୍ କ୍ଲୋରୋକ୍ବିନ ପାଇଁ ଆଗ୍ରହ ପ୍ରକାଶ ପଛରେ ତାଙ୍କର ନିଜସ୍ବ ସ୍ବାର୍ଥ ଥିବା ଏଥିରେ ଉଲ୍ଲେଖ ରହିଛି । ଏହି ରିପୋର୍ଟ ଅନୁସାରେ ଯଦି ଭବିଷ୍ୟତରେ ଏହି ଔଷଧକୁ କରୋନା ଚିକିତ୍ସା ପାଇଁ ପୃଥିବୀରେ ଅନୁମତି ମିଳେ ତେବେ ଏହି ଔଷଧ ନିର୍ମାତା କମ୍ପାନୀମାନେ ବେଶ ଲାଭବାନ ହେବେ । ଏହା ପୂର୍ବରୁ ଏହି ଔଷଧ ଆମେରିକା ନିଜ ବ୍ୟବହାର ପାଇଁ ଆଗୁଆ ଗଚ୍ଛିତ ରଖିପାରିବ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେଲେ ମଧ୍ୟ ଜଣେ ଚତୁର ବ୍ୟବସାୟୀ । ବିଭିନ୍ନ କ୍ଷେତ୍ରରେ ତାଙ୍କର ବ୍ୟବସାୟ ରହିଛି ଏବଂ ଏପରି ଔଷଧ ପ୍ରସ୍ତୁତ କରୁଥିବା ଏକ କମ୍ପାନୀରେ ତାଙ୍କର ବୃହତ ଅଂଶଧନ ମଧ୍ୟ ରହିଛି । ଏହା ସହ ଏହି କମ୍ପାନୀର ବଡ଼ ଅଧିକାରୀମାନଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ମଧୁର । ୱେବସାଇଟରେ ଉଲ୍ଲେଖ ଅଛି ଯେ ଫ୍ରାନ୍ସର ଏକ ପ୍ରମୁଖ ଔଷଧନିର୍ମାଣକାରୀ ସଂସ୍ଥାରେ ତାଙ୍କର ସେୟାର ରହିଛି ଏବଂ ଏହି କମ୍ପାନୀ ପ୍ଲାକେନିଲ ନାମରେ ହାଇଡ଼୍ରୋକ୍ସିନ କ୍ଲୋରୋକ୍ବିନ୍ ବଜାରରେ ବିକ୍ରି କରୁଛି । ମ୍ୟାଲେରିଆ ପରି ରୋଗ ନିମନ୍ତେ ଏହି ଔଷଦ ବିଶେଷ ଉପଯୋଗୀ। ଭାରତରେ ପ୍ରତିବର୍ଷ ବହୁଲୋକ ମ୍ୟାଲେରିଆରେ ପୀଡ଼ିତ ହୁଅନ୍ତି ଏବଂ ଭାରତୀୟ କମ୍ପାନୀ ଏହାର ଚିକିତ୍ସା ନିମନ୍ତେ କ୍ଲୋରୋକ୍ବିନ୍ ବହୁଳ ପରିମାଣରେ ଉତ୍ପାଦନ କରିଥାଆନ୍ତି । ତେବେ କୌତୂହଳର ବିଷୟ ହେଉଛି ଆମେରିକାରେ କରୋନା ପୀଡ଼ିତମାନଙ୍କୁ କ୍ଲୋରୋକ୍ବିନ୍ ଚିକିତ୍ସା ଆରମ୍ଭ ହୋଇଛି । ଏହା କିଛି ପରିମାଣରେ ସଫଳ ହେଉଥିବା କିଛି ଡ଼ାକ୍ତର ମତ ଦେଇଛନ୍ତି । ତେବେ ହାଇଡ଼୍ରୋକ୍ଲୋରୋକ୍ବିନ୍ ଔଷଧ କ୍ଲୋରୋକ୍ବିନ୍ ଠାରୁ ସାମାନ୍ୟ ଭିନ୍ନ । ସେଥିପାଇଁ ଏହାର ଚାହିଦା ଆମେରିକାରେ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ସାର୍ସ-ସିଓବି-୨ ରୋଗର ଚିକିତ୍ସା ପାଇଁ କ୍ଲୋରୋକ୍ବିନ୍ ବ୍ୟବହାର କରି ଡ଼ାକ୍ତରମାନେ ସଫଳତା ପାଇଥିଲେ । କରୋନା ଭୂତାଣୁ କୋବିଦ-୧୯ ସାର୍ସ-ସିଓବି ପରିବାର ସହ ଜଡ଼ିତ ଥିବାରୁ କ୍ଲୋରୋକ୍ବିନ୍ ଏଥିପାଇଁ ଉପଯୋଗୀ ହୋଇପାରେ ବୋଲି ଅନେକ ଅନୁମାନ କରୁଛନ୍ତି । ଭାରତରେ କ୍ଲୋରୋକ୍ବିନ୍ ଉତ୍ପାଦନ ହ୍ରାସ ପରେ ଏହାର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ମାତ୍ର ଏବେ ତାହାର ପୁନଃ ଉତ୍ପାଦନ ଆରମ୍ଭ ହୋଇଛି ।  ସେଥିପାଇଁ ଟ୍ରମ୍ପ ଭାରତ ଉପରେ ହାଇଡ଼୍ରୋକ୍ଲୋରୋକ୍ବିନ ରପ୍ତାନୀ ଉପରେ ଚାପ ଆରମ୍ଭ କରିଛନ୍ତି ଏବଂ ଧମକ ଦେବାକୁ ପଛାଇ ନାହାନ୍ତି ବୋଲି କୁହାଯାଉଛି । 

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories