www.samajalive.in
Saturday, December 6, 2025
19.1 C
Bhubaneswar

ଲାଲୁ ଯାଦବ ଉଦ୍ଭାବନ କଲେ କରୋନା ପ୍ରତିଷେଧକ

ଭୁବନେଶ୍ବର (ବ୍ୟୁରୋ): ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ନିଜ ଭାବଭାବ ପାଇଁ ସବୁବେଳେ ଚର୍ଚିତ । ତାଙ୍କର ପ୍ରତ୍ୟେକ ବାକ୍ୟ ଲୋକଙ୍କୁ ଆମୋଦିତ କରିଥାଏ । ଏବେ ସାରା ଦେଶ ମହାମାରୀ କରୋନା ନିମନ୍ତେ ବ୍ୟସ୍ତ ବିବ୍ରତ ଥିବାବେଳେ ଲାଲୁ କରୋନାର ଔଷଧ ଆବିଷ୍କାର କରିଥିବା ଦାବି କରିଛନ୍ତି । ଆଉ ତାଙ୍କର ନୂଆ ଔଷଧଟି ଲୋକମାନେ ବିନା ମୂଲ୍ୟରେ ହାସଲ କରିପାରିବେ ବୋଲି ସେ କହିଛନ୍ତି । ଔଷଧଟିର ନାମ ହେଲା ‘ଆରାମ୍’ । ଲୋକମାନେ ଘରେ ରହନ୍ତୁ ଓ ଆରାମ କରନ୍ତୁ । ଏହାହିଁ କରୋନାର ସବୁଠୁ ବଡ଼ ପ୍ରତିଷେଧକ ବୋଲି ସେ କହିଛନ୍ତି । ଏକ ଟ୍ବିଟ୍ ଯୋଗେ ଲାଲୁ କହିଛନ୍ତି – କରୋନା କୋ ଆପଣ ‘ଆରାମ୍’ ଦ୍ବାରା ହରାଇ ପାରିବେ । ଘରେ ରୁହନ୍ତୁ ଓ ଆରାମ କରନ୍ତୁ ।

କେବଳ ଲାଲୁ ପ୍ରସାଦ ଯାଦବ ନୁହନ୍ତି ତାଙ୍କର ଦୁଇ ପୁଅ ତେଜସ୍ବୀ ଓ ତେଜପ୍ରତାପ ସୋସିଆଲ ମିଡ଼ିଆରେ ସର୍ବଦା ସକ୍ରିୟ ରହୁଥିବା ଓ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ କାମ କରୁଥିବା ଦେଖାଯାଉଛି । ବିହାର ବାହାରେ କାର୍ଯ୍ୟ କରୁଥିବା ବିହାରୀ ଶ୍ରମିକଙ୍କ ସହ ନିୟମିତ ସମ୍ପର୍କରେ ରହୁଥିବା ଦେଖାଯାଉଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ତାରିଖ ରାତି ୯ଟାରେ ୯ ମିନିଟ୍ ପାଇଁ ଦୀପ ଜାଳିବା ନିମନ୍ତେ କରିଥିବା ନିବେଦନକୁ ଲାଲୁଙ୍କ ପତ୍ନୀ ଓ ପୁଅ ମଧ୍ୟ ପାଳନ କରିଥିବା ଦେଖାଯାଇଛି । ଉଭୟ ଦୁଇ ଦୁଇଟି ଲଣ୍ଠନ ଧରିଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories