www.samajalive.in
Sunday, December 14, 2025
15.1 C
Bhubaneswar

୫୦ ଲିଟର ଦେଶୀ ମଦ ଜବତ ଜଣେ ଗିରଫ

କଲମପୁର : କରୋନା ଭୁତାଣୁ ସଂକ୍ରମଣ ନେଇ ଜାରି ରହିଛି ଲକ ଡାଉନ। ଦିଲ୍ଲୀ ଠାରୁ ପଲ୍ଲୀ ସମସ୍ତେ ଲକ ଡାଉନ ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏଥିପାଇଁ ଦୋକାନ ବଜାର ସବୁ ବନ୍ଦ ରହିଛି। କିନ୍ତୁ ଏପରି ସ୍ଥଳେ ମଦର ପ୍ରଭାବ ବୃଦ୍ଧି ପାଇବା ସାଧାରଣରେ ଲକ ଡାଉନର କାର୍ଯ୍ୟକାରୀ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସୂଚନା ମୁତାବକ ବିଭିନ୍ନ ସ୍ଥାନରେ ଚଢାଉ ହେବା ଦ୍ୱାରା ବହୁ ସ୍ଥାନରୁ ମଦ ଜବତ କରାଯାଉଛି। ସୋମବାର ଥୁଆମୂଳ ରାମପୁର ପୁଲିସ ଥାନ ତରଫରୁ ଏଭଳି ଚଢାଉ ହେବା ଦ୍ୱାରା ଜନୈକ ବ୍ୟକ୍ତିଙ୍କ ଠାରୁ ୫୦ ଲିଟର ମଦ ଜବତ ହେବା ଓ ବେଆଇନ ମଦ କାରବାର ଅଭିଯୋଗରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବା ଭଳି ଘଟଣା ଏବେ ଅଂଚଳରେ ଆଲୋଡନ ସୃଷ୍ଟି କରିଛି।

- Advertisement -

ଲକ ଡାଉନ ଘୋଷଣା ହେବା ପରେ ବିଭିନ୍ନ ସରକାରୀ ସ୍ୱୀକୃତୀ ପ୍ରାପ୍ତ ଦେଶୀ ମଦ ଭାଟି, ବିଦେଶୀ ମଦ ଦୋକାନ ସବୁ ବନ୍ଦ କରାଯାଇଛି। କିନ୍ତୁ ଅନେକ ସ୍ଥାନରେ ମଦର ପ୍ରଭାବ ବୃଦ୍ଧି ପାଉଛି। ସମଗ୍ର କଳାହାଣ୍ଡିର ପ୍ରତ୍ୟେକ ଗାଁରେ ବେଆଇନ ମଦ କାରବାର ବୃଦ୍ଧି ପାଉଛି। ଲୋକେ ମଦ ପିଇ ବେଫିକର ଭାବେ ବୁଲୁଛନ୍ତି। କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଭଳି ଆଦିବାସୀ ବହୁଳ ବ୍ଲକରେ ଖୁଲମ ଖୁଲା ମଦ କାରବାର ହେଉଥିବା ଅଭିଯୋଗ ହେଇଥିଲା। ଏହି ଅଭିଯୋଗ ପରେ ଥୁଆମୁଲ ରାମପୁର ପୁଲିସ ଥାନା ତରଫରୁ ଏ,ଏସ.ଆଇ ପିତବାସ ଧାରୁଆଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଦଳ ବିଭିନ୍ନ ସ୍ଥାନ ଯାଂଚ କରିଥିଲେ। ଏହି ସମୟରେ ଢୋଲପାସ ଗ୍ରାମର ୫୫ ବର୍ଷୀୟ ବ୍ୟକ୍ତି ନରେନ୍ଦ୍ର ନାଏକ ବେଆଇନ ମଦ କାରବାର କରୁଥିବା ସୂଚନା ପାଇ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ନରେନ୍ଦ୍ର ପଲଥିନ ସବୁରେ ଗଚ୍ଛିତ ରଖିଥିବା ୫୦ ଲିଟର ଦେଶୀ ମଦ ଜବତ କରିଥିଲେ। ଏନେଇ ଥୁଆମୂଲ ରାମପୁର ଥାନା ଏକ ମାମଲା ରୁଜୁ କରିବା ସହ ନରେନ୍ଦ୍ରକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories