www.samajalive.in
Sunday, December 7, 2025
14.1 C
Bhubaneswar

ଗ୍ରାମାଂଚଳରେ ଲକଡାଉନ : ଗଛ ଡାଳ, ପଥର ରଖିବା ସହ ଦଉଡି ବାନ୍ଧି ରାସ୍ତା ଅବରୋଧ

କଲମପୁର ; କରୋନା ଭୂତାଣୁ ସଂକ୍ରମଣ ନେଇ ସହର ଠାରୁ ଗ୍ରାମାଂଚଳ ଯାଏଁ ସବୁ ଠାରେ ଲୋକ ଭୟଭୀତ। ସରକାରଙ୍କ ବାରମ୍ବାର ତାଗିଦ ଓ ପୁଲିସର ମାଡ ଭୟରେ ବହୁ ଲୋକ ଘରୁ ବାହାରକୁ ବାହାରୁ ନାହାଁନ୍ତି। କିନ୍ତୁ କିଛି ଅମାନିଆ ସବୁ ବାରଣକୁ ଟାଳି ଦେଇ ରାଜରାସ୍ତାରେ ଘୁରି ବୁଲୁଛନ୍ତି। ଗ୍ରାମାଂଚଳର ବହୁ ଶ୍ରମିକ ରାଜ୍ୟ ବାହାରେ ଦାଦନ ଖଟି ଯାଇ କରୋନା ଭୟରେ ଗାଁ ମୁହାଁ ହେଇଥିବାରୁ ସେମାନଙ୍କ ପ୍ରତି ଲୋକଙ୍କ ନଜର ରହିଛି। କିନ୍ତୁ କିଛି ଶ୍ରମିକ ଏହି ସବୁକୁ ଖାତିର ନକରି ଗାଁରେ ରହିବା ସହ ଲୋକଙ୍କ ସହିତ ମିଳା ମିଶା କରିବାକୁ ପ୍ରୟାସ କରୁଛନ୍ତି। ଏସବୁ ଠାରୁ ଦୂରେଇ ରଖିବା ପାଇଁ କଲମପୁର ଅଂଚଳର ବିଭିନ୍ନ ଗାଁ ରାସ୍ତା ମାନଙ୍କର ରାସ୍ତା ସବୁରେ ଗଛ ଡାଳ ପଥର ରଖିବା ସହ ଦଉଡି ବାନ୍ଧି ଅବରୋଧ କରୁଛନ୍ତି। କିଛି ଜୁଆ ଖେଳାଳୀ ବିଭିନ୍ନ ଗାଁ ମାନଙ୍କରେ ନିଜର ଆଡ୍ଡା ଜମାଉଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ସାମାଜିକ ଦୂରତ୍ୱ ରହୁ ନାହିଁ। ଯାହା ଆଗାମୀ ଦିନରେ ସମଗ୍ର ଗାଁକୁ ବିପଦ ସୃଷ୍ଟି କରିବ। ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ ହେଉଥିବା ଦେଖି ପୁଲିସ ଓ ପ୍ରଶାସନ ଖୁସ କାରଣ ଲୋକେ ସଚେତନ ହେଇ ଏହି ସବୁ କରୁଥିବା ଅନୁମାନ କରୁଛନ୍ତି। କିନ୍ତୁ ପ୍ରକୃତ ପକ୍ଷେ ଏହା ଭିତରେ କିଛି ଜୁଆଡି ଓ ମଦ୍ୟପଙ୍କ ଭୂମିକା ରହୁଛି। ଏପରିକି ଗାଁକୁ କେହି ବାହାର ଲୋକ ଆସିଲେ କାଳେ ଖବର ପୁଲିସ ପାଖରେ ପହଂଚିଯିବ ସେଥିପାଇଁ ଅନ୍ୟ ଗାଁର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ ପାଇଁ ବାରଣ କରୁଛନ୍ତି। ଯାହା ଦ୍ୱାରା କ୍ଷୀର ଯୋଗାଉଥିବା ଲୋକ ଓ ଏପରିକି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ରୋଗୀ ମଧ୍ୟ ପ୍ରଭାବିତ ହେଉଛନ୍ତି। ତେଣୁ ତୁରନ୍ତ ଏଥିପ୍ରତି ପୁଲିସ ପ୍ରଶାସନ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories