www.samajalive.in
Sunday, December 14, 2025
19.1 C
Bhubaneswar

କରୋନାକୁ ୯/୧୧ ଆକ୍ରମଣ ସହ ତୁଳନା କଲେ ଅମେରିକୀୟ ସର୍ଜନ ଜେନେରାଲ; କହିଲେ ଆଗାମୀ ସପ୍ତାହ ବହୁତ ଦୁଃଖ ଦେବ

ୱାଶିଂଟନ: କରୋନା ଭୂତାଣୁ ମହାମାରୀଙ୍କୁ ୯/୧୧ ଆତଙ୍କବାଦୀ ଆକ୍ରମଣ ସହିତ ତୁଳନା କରିଛନ୍ତି ଆମେରିକୀୟ ସର୍ଜନ ଜେନେରାଲ ଜେରୋମ ଆଡାମ୍ସ। ସେ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଆଗାମୀ ସପ୍ତାହ ବହୁତ ଦୁଃଖ ଦେବ। କରୋନା ଭୂତାଣୁ ସଂକ୍ରମଣ ମଧ୍ୟରେ ଆଗାମୀ ସପ୍ତାହ ଅଧିକାଂଶ ଆମେରିକୀୟବାସୀଙ୍କ ପାଇଁ ଅତି ଦୁଃଖଦାୟକ ହେବ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି। ଏହା ସହିତ ୮୪୦୦ ଜଣ ପ୍ରାଣ ହରାଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ନ୍ୟୁୟର୍କରେ ମୃତ୍ୟୁ ସଂଖ୍ୟା ୩୫୦୦ ରହିଛି।

ଆଡାମ୍ସ ଏକ ନ୍ୟୁଜ ଚ୍ୟାନେଲ ସହ ଆଲୋଚନା ବେଳେ କହିଛନ୍ତି, କରୋନା ଭୂତାଣୁ ୯/୧୧ ଆକ୍ରମଣ ଭଳି ପରସ୍ଥିତି ସୃଷ୍ଟି କରିବ। କେବଳ ଫରକ ଏତିକି ୯/୧୧ ଆକ୍ରମଣ ଗୋଟିଏ ସ୍ଥାନରେ ହୋଇଥିଲା, କରୋନା ସାରା ଦେଶରେ ବ୍ୟାପିଛି। ଆମେରିକା ସରକାର ଏହାକୁ ବୁଝିବା ଦରକାର। ଅଧିକାଂଶ ଲୋକଙ୍କଠାରେ ହାଲ୍‌କା କିମ୍ବା ମଧ୍ୟମ ଧରଣର ଲକ୍ଷଣ ଦେଖିବାକୁ ମିଳୁଛି। ଜ୍ଵର, କାଶ ଭଳି ଲକ୍ଷଣ ଦେଖାଦେଲେ ୨/୩ ଦିନ ଭିତରେ ଠିକ୍‌ ହୋଇଯାଉଛି। କିନ୍ତୁ ବୟସ୍କମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଭୂତାଣୁରେ ସଂକ୍ରମଣ ହେଲେ ନିମୋନିଆ ଭଳି ଗମ୍ଭୀର ରୋଗ ହେବା ସହିତ ମୃତ୍ୟୁ ହେବାର ଆଶଙ୍କା ବି ରହିଛି। ତେଣୁ ଏହି ମହାମାରୀକୁ ପରାଜିତ କରିବାକୁ ହେଲେ ଲୋକମାନେ ଲକ୍‌ଡାଉନରେ ସହଯୋଗ କରିବା ଆବଶ୍ୟକ ବୋଲି ଆଡାମ୍ସ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories