ଚେନ୍ନଇ, ୫ା୪: କରୋନା ଭୂତାଣୁ ସହ ସଂଘର୍ଷରେ ଡାକ୍ତର, ନର୍ସ ଏବଂ ପାରାମେଡିକାଲ ଷ୍ଟାଫ୍ ସବୁଠାରୁ ଆଗରେ ରହିଛନ୍ତି। ନିଜ ଜୀବନକୁ ବିପନ୍ନ କରି ଏମାନେ କେବଳ ରୋଗୀଙ୍କ ଚିକିତ୍ସାରେ ଲାଗିନାହାନ୍ତି, ସେମାନଙ୍କର ମନୋବଳ ବଢାଉଛନ୍ତି ଏବଂ ଆବଶ୍ୟକ ସେବା ମଧ୍ୟ କରୁଛନ୍ତି। ଏବେ ସୋସିଆଲ ମିଡିଆରେ ଏପରି ଜଣେ ଡାକ୍ତରଙ୍କ ଫଟୋ ଭାଇରାଲ ହୋଇଛି ଯିଏ ରୋଗୀଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି। ଏହି ଡାକ୍ତରଙ୍କ ନାଁ ଜର୍ଜ ଆବ୍ରାହମ୍। ସେ ମାଡ୍ରାସ ମେଡିକାଲ ମିଶନରେ ବରିଷ୍ଠ ନେଫ୍ରୋଲୋଜି ବିଶେଷଜ୍ଞ ଭାବେ କାର୍ଯ୍ୟରତ। ଜଣେ ରୋଗୀଙ୍କ ସମ୍ପର୍କୀୟ କୌଣସି କାରଣରୁ ହସ୍ପିଟାଲ ଆସି ନପାରିବାରୁ ତାଙ୍କୁ ନିଜେ ଖୁଆଇଦେବା ଲାଗି ଡା. ଆବ୍ରାହମ୍ ନିଷ୍ପତ୍ତି ନେଇଥିଲେ। ଅରୁଣ ଜନାର୍ଦ୍ଦନ ନାମକ ଟ୍ୱିଟର ବ୍ୟବହାରକାରୀ ଏହି ଫଟୋ ଶେୟାର କରିଛନ୍ତି।
Popular Categories



