www.samajalive.in
Friday, December 5, 2025
20.1 C
Bhubaneswar

ଖାଉଟି ଦ୍ରବ୍ୟ ବଣ୍ଟନରେ ସାମାଜିକ ଦୂରତା ଉଲ୍ଲଙ୍ଘନ : ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି

ବଳଙ୍ଗା : ସରକାରୀ ନିର୍ଦ୍ଦେଶନାମାନୁଯାୟୀ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀମାନଙ୍କୁ ଆଗାମୀ  ୩ ମାସ ନିମନ୍ତେ ଖାଉଟି ଦ୍ରବ୍ୟ ପ୍ରଦାନ କରାଯିବ। କରୋନା ସତର୍କତା ଦୃଷ୍ଟିରେ ରଖି ସାମାଜିକ ଦୂରତା ଉପରେ ଗୁରୁତ୍ବ ଆରୋପ କରାଯାଇଛି। ଏହାକୁ ଶତପ୍ରତିଶତ କାର୍ଯ୍ୟକାରୀ ନିମନ୍ତେ ପ୍ରଶାସନ ପ୍ରାଣମୂର୍ଚ୍ଚା ଉଦ୍ୟମ ଜାରି ରଖିଥିବା ବେଳେ ବଳଙ୍ଗା ଥାନା ଅଞ୍ଚଳରେ ୧୭ ଟି ପଞ୍ଚାୟତରେ ଖାଉଟି ଦ୍ରବ୍ୟ ବଣ୍ଟନ କରୁଥିବା କିଛି ଡିଲର ଏହାର ବ୍ୟତିକ୍ରମ କରୁଥିବା ଦୃଷ୍ଟି ଗୋଚର ହୋଇଛି। ନିର୍ଦେଶନାମାନୁଯାୟୀ ଡିଲରମାନେ ଗାଡ଼ିରେ ଖାଉଟି ଦ୍ରବ୍ୟ ନେଇ ହୀତାଧିକାରୀଙ୍କ ଘରେ ପହଞ୍ଚାଇ ଦେବେ। ଅଧିକାଂଶ ଡିଲର ଗାଡ଼ିରେ ଚାଉଳ ନେଇ ଗ୍ରାମ କୋଠଘର, ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ବାରଣ୍ଡାରେ ଆସ୍ଥାନ ଜମେଇ ସାମଗ୍ରୀ ବଣ୍ଟନ କରୁଥିବା ଦେଖାଯାଉଛି। ଅଳ୍ପ କିଛି ଡିଲର ସାମାଜିକ ଦୂରତାକୁ ଗୁରୁତ୍ବ ଦେଇ ବଣ୍ଟନ କରୁଥିବା ବେଳେ ଆଉ କେତେକ ଶୀଘ୍ର ବଣ୍ଟନ କରିବା ପାଇଁ ଗୁରୁତ୍ବ ପ୍ରଦାନ କରୁନଥିବା ଦେଖାଯାଉଛି। ନିଜକୁ ରକ୍ଷା କରିବା ପାଇଁ ଅନେକ ଡିଲର ଘରେ ଘରେ ଚାଉଳ ବଣ୍ଟନ କରୁଥିବା ଫଟୋ ଉଠାଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ସରକାରୀ ନିର୍ଦ୍ଦେଶନାମାକୁ ଫୁ କରିଥିବା ଡିଲରଙ୍କ ବିରୋଧରେ ତଦନ୍ତ ପୁର୍ବକ କାର୍ଯ୍ୟନୁଷ୍ଠାନ ନେବାକୁ ହୀତାଧିକାରୀମାନେ ଦାବି କରିଛନ୍ତି। ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିମାପଡ଼ା ଯୋଗାଣ ଅଧିକାରୀ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories