www.samajalive.in
Saturday, December 6, 2025
15.1 C
Bhubaneswar

୮୯ ବର୍ଷ ବୟସରେ ପୁଣି ପିତା ହେବେ, ଫର୍ମୁଲା ୱାନର ପୂର୍ବତନ ବସ୍ ବର୍ନି ଏକ୍ଲେଷ୍ଟୋନର

ନୂଆଦିଲ୍ଲୀ ; ପୂର୍ବତନ ଫର୍ମୁଲା ୱାନର ବସ୍ (ମୁଖ୍ୟ କାର୍ଯ୍ୟନିର୍ବାହୀ) ବର୍ନି ଏକ୍ଲେଷ୍ଟୋନ୍ ପୁଣି ଥରେ ପିତା ହେବାକୁ ଯାଉଛନ୍ତି। ୮୯ ବର୍ଷୀୟ ବର୍ନିଙ୍କ ପତ୍ନୀ ଫାବିନା ଫ୍ଲୋସି ଗର୍ଭବତୀ ଅଛନ୍ତି। ଫାବିନା ଫ୍ଲୋସି ବର୍ନିଙ୍କ ବୟସର ଅଧା ହେବେ।  ଜୁଲାଇରେ ତାଙ୍କ ପ୍ରସବ ହେବ ବୋଲି ଜଣାପଡିଛି।

ଇଂଲଣ୍ଡର ନ୍ୟୁଜ୍ ୱେବସାଇଟ୍ ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ନି ଏବଂ ତାଙ୍କ ପରିବାର ଏକ ନୂତନ ସଦସ୍ୟଙ୍କ ଆସିବା ଖବରକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।

- Advertisement -

ବର୍ନି ଏକ୍ଲେଷ୍ଟୋନ୍ ଫର୍ମୁଲା ୱାନରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେବା ପରେ କ୍ରୀଡ଼ାରେ ଅନେକ ପରିବର୍ତ୍ତନ ଆଣିଥିଲେ। ସେ ୧୯୭୮ରୁ ୨୦୧୭ ପର୍ଯ୍ୟନ୍ତ ସେ ଫର୍ମୁଲା ୱାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ।

ବର୍ନି ଫାବିଆଙ୍କୁ ବିବାହ କରିବା ପୂର୍ବରୁ ଦୁଇଟି ପତ୍ନୀ ଥିଲେ। ପ୍ରଥମ ଦୁଇଟି ବିବାହରୁ ବର୍ନିଙ୍କର ତିନି ଝିଅ ରହିଛନ୍ତି।

ଡେଲି ମେଲ ସହିତ ଏକ ବାର୍ତ୍ତାଳାପରେ ବର୍ନି କହିଛନ୍ତି, ଏଥିରେ କିଛି ଅଜବ କଥା ନାହିଁ? ସେ ନିଜକୁ ଏବେ ବି ଯୁବକ ଅନୁଭବ କରୁଛନ୍ତି। ବୟସ ପ୍ରଶ୍ନରେ ସେ କହିଛନ୍ତି ଯେ, ମୁଁ ୨୯ ଏବଂ ୮୯ ବର୍ଷ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖୁ ନାହିଁ।

ସେ ଆହୁରି କହିଛନ୍ତି ଯେ, ଏହି ଖବରକୁ ନେଇ ତାଙ୍କ ପତ୍ନୀ ମଧ୍ୟ ବହୁତ ଖୁସୀ ଅଛନ୍ତି। ସେ ଗତ କିଛି ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ମୁଁ ଖୁସି ଯେ, ମୋ ପରେ ଫାବିଆଙ୍କ ଯତ୍ନ ନେବାକୁ କେହି ଜଣେ ତାଙ୍କ ସହ ଥିବେ। ତାଙ୍କ ଝିଅ ଏହି ଖବରରେ ଖୁସୀ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories