www.samajalive.in
Sunday, December 14, 2025
26.1 C
Bhubaneswar

କରୋନା ମୁକାବିଲା ପାଇଁ ଭାରତକୁ ବିଶ୍ୱ ବ୍ୟାଙ୍କର ୧ବିଲିଅନ ଡଲାର ଜରୁରୀକାଳୀନ ଆର୍ଥିକ ସହାୟତା

ୱାଶିଂଟନ୍: କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ପାଇଁ ବିଶ୍ୱ ବ୍ୟାଙ୍କ ଭାରତକୁ ୧ବିଲିଅନ ଡଲାର ଜରୁରୀକାଳୀନ ଆର୍ଥିକ ସହାୟତା ଅନୁମୋଦନ କରିଛି। ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟ ସହାୟତା ସ୍ୱରୂପ ୨୫ଟି ଦେଶରେ କରୋନା ସଂକ୍ରମଣ ମୁକାବିଲା ପାଇଁ ୧.୯ ବିଲିୟନ ଡ଼ଲାର ସହାୟତା ଦେବା ପାଇଁ ଅନୁମୋଦନ ମିଳିଛି ଏବଂ ଫାଷ୍ଟ-ଟ୍ରାକ୍ ପ୍ରକ୍ରିୟାରେ ୪୦ରୁ ଅଧିକ ଦେଶରେ କେତେକ ଯୋଜନା ଚାଲିଥିବା ବିଶ୍ୱ ବ୍ୟାଙ୍କ ସୂଚନା ଦେଇଛି। ତେବେ ଏହି ଜରୁରୀକାଳୀନ ଆର୍ଥିକ ସହାୟତାର ବୃହତ ଅଂଶ ଭାରତକୁ ମିଳିଛି।

ବିଶ୍ୱ ବ୍ୟାଙ୍କ କହିଛି, ଭାରତକୁ ଦିଆଯାଇଥିବା ୧ ବିଲିୟନ ଡ଼ଲାର ଜରୁରୀକାଳୀନ ଅର୍ଥରେ ଉନ୍ନତ ଯାଞ୍ଚ, ଯୋଗାଯୋଗ ଅନୁସନ୍ଧାନ ଏବଂ ଲାବୋରେଟୋରୀ ପରୀକ୍ଷଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଇ ପାରିବ ଏବଂ ଆବଶ୍ୟକ ଉପକରଣ କ୍ରୟ ସହ ନୂଆ ଆଇସୋଲେସନ ୱାର୍ଡ ପ୍ରତିଷ୍ଠା ହୋଇପାରିବ। ବ୍ୟାଙ୍କର ପରିଚାଳନା ମଣ୍ଡଳୀ ଏହି ଜରୁରୀକାଳୀନ ସହାୟତା ଅର୍ଥ ମଞ୍ଜୁରୀକୁ ଅନୁମୋଦନ କରିବା ପରେ କହିଛନ୍ତି ଯେ ବିକାଶଶୀଳ ଦେଶଗୁଡିକ ପାଇଁ କୋଭିଡ-୧୯ ମୁକାବିଲା ପାଇଁ ଏହା ସହାୟକ ହେବ।

- Advertisement -

ଆସନ୍ତା ୧୫ ମାସ ମଧ୍ୟରେ ବିଶ୍ୱ ବ୍ୟାଙ୍କ ୧୬୦ ବିଲିୟନ ଡ଼ଲାର ପର୍ଯ୍ୟନ୍ତ ଅନୁଦାନ ଦେବା ପାଇଁ ଯୋଜନା ରଖିଛି ଯେଉଁଥିରେ ସ୍ୱାସ୍ଥ୍ୟ ସମେତ ଅର୍ଥନୀତି ପୁନରୁଦ୍ଧାର ପ୍ରକ୍ରିୟା ସୁଦୃଢ ହୋଇପାରିବ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories