www.samajalive.in
Saturday, December 6, 2025
17.1 C
Bhubaneswar

କରୋନା ସନ୍ଦିଗ୍ଧଙ୍କୁ ଠାବ ବେଳେ ସ୍ବାସ୍ଥ୍ୟକର୍ମୀଙ୍କୁ ପଥରମାଡ଼, ୨ ମହିଳା ଡାକ୍ତର ଆହତ

ଇନ୍ଦୋର: କରୋନା ବିରୋଧୀ ଯୁଦ୍ଧରେ ସ୍ବାସ୍ଥ୍ୟକର୍ମୀମାନେ ହେଉଛନ୍ତି ପ୍ରମୁଖ ଯୋଦ୍ଧା, ଯିଏ ନିଜ ଜୀବନକୁ ବାଜି ଲଗାଇ ଦେଶବାସୀଙ୍କ ସେବାରେ ଲାଗିପଡ଼ିଛନ୍ତି। କିନ୍ତୁ ଏହି ଯୋଦ୍ଧାମାନଙ୍କୁ କାର୍ଯ୍ୟ ସମୟରେ ଆକ୍ରମଣ କରାଯିବା ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଥିବା ଏହି ନିନ୍ଦନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। କରୋନା ସଂକ୍ରମିକଙ୍କ ସମ୍ପର୍କରେ ଆସିଥିବା ସନ୍ଦିଗ୍ଧଙ୍କୁ ଠାବ କରିବାକୁ ଯାଇଥିବା ସ୍ବାସ୍ଥ୍ୟକର୍ମୀମାନେ ଏହି ଆକ୍ରମଣର ଶିକାର ହୋଇଛନ୍ତି। ଲୋକଙ୍କ ପଥରମାଡ଼ରେ ୨ ଜଣ ମହିଳା ଡାକ୍ତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଇନ୍ଦୋରର ଟାଟପଟ୍ଟୀ ବାଖଲ ଅଞ୍ଚଳରେ କରୋନା ଭୂତାଣୁରେ ସଂକ୍ରମିତ ଜଣେ ରୋଗୀଙ୍କ ସମ୍ପର୍କରେ ଆସିଥିବା କେତେଜଣ ସନ୍ଦିଗ୍ଧଙ୍କୁ ଠାବ କରିବା ଲାଗି ୫  ସ୍ବାସ୍ଥ୍ୟକର୍ମୀ ଯାଇଥିଲେ। ଜଣେ ମହିଳା ଡାକ୍ତର କହିଛନ୍ତି, ଉକ୍ତ ଅଞ୍ଚଳରେ ପହଞ୍ଚିବା ପରେ ଆମେ କେତେଜଣ ଲୋକଙ୍କୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରିବାରୁ ସେମାନେ ବିରୋଧ କରିଥିଲେ। ଏହି ସମୟରେ କିଛି ଲୋକ ଆସି ଆମକୁ ଧମକ ଦେବା ସହିତ ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ। କିନ୍ତୁ ସାଥୀରେ କେତେଜଣ ପୁଲିସ କର୍ମଚାରୀ ଯାଇଥିବାରୁ ସେମାନଙ୍କ ଜୀବନ ବଞ୍ଚିଯାଇଥିଲା। ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରବୀଣ ଜଡ଼ିଆ କହିଛନ୍ତି, ଆମ ଟିମ୍‌ ଲୋକଙ୍କୁ କରୋନା ଭୂତାଣୁଠାରୁ ରକ୍ଷା କରିବା ଲାଗି କାମ କରୁଛି, କିନ୍ତୁ ଲୋ​‌କେ ଏହା ନ ବୁଝି ସେମାନଙ୍କ ଉପରେ ପଥର ମାଡ଼ କଲେ। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories