www.samajalive.in
Wednesday, December 10, 2025
23.1 C
Bhubaneswar

ସମାଜସେବୀ ମଙ୍ଗ ବାରିକଙ୍କ ପରଲୋକ

ଆଠଗଡ଼ : ଆଠଗଡ଼ ଅଞ୍ଚଳରେ ଲୋକପ୍ରିୟ ସମାଜସେବୀ ମଙ୍ଗ ଓରଫ ପ୍ରଶାନ୍ତ ବାରିକ (୫୨)ଙ୍କର ରବିବାର ମଧ୍ୟରାତ୍ରିରେ ପରଲୋକ ହୋଇଯାଇଛି। ଶନିବାର ହୃଦଘାତର ଆକ୍ରାନ୍ତ ହୋଇ ପ୍ରଥମେ ଆଠଗଡ଼ ଡାକ୍ତରଖାନା ଓ ପରେ କଟକ ଏସସିବିରେ ଚିକିତ୍ସା ହେଉଥିବା ପ୍ରଶାନ୍ତଙ୍କର ରବିବାର ମଧ୍ୟରାତ୍ରିରେ ପରଲୋକ ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ଆଠଗଡ଼ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଥିଲା। ପିଲା ଠାରୁ ବୁଢ଼ାଯାଏ ସମସ୍ତଙ୍କର ଅତି ପ୍ରିୟ ମଙ୍ଗ ଲକ୍ଷ୍ମୀବଜାରସ୍ଥିତ କାଲାକାଟ ସୁଇଟ୍ସର ମାଲିକ ଥିବା ବେଳେ ଆଠଗଡ଼ର ପ୍ରାୟ ଅଧିକାଂଶ ସାମାଜିକ, ସ୍ୱେଚ୍ଛାସେବୀ, କ୍ରୀଡ଼ା ଓ ଆଧ୍ୟାତ୍ମିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ଅନ୍ୟକୁ ସାହାଯ୍ୟ କରିବାରେ ସେ ଅପାର ଆନନ୍ଦ ପାଉଥିଲେ। ସେ ଜଣେ ଅତ୍ୟନ୍ତ ମେଳାପି, ପରୋପକାରୀ ଏବଂ ମିଷ୍ଟାଭାଷୀ ଭାବେ ଆଠଗଡ଼ ଉପଖଣ୍ଡରେ ଜଣାଶୁଣାଥିଲେ। ଲକ୍‌ଡାଉନ୍‌ ସତ୍ତ୍ବେ ଶହ ଶହ ଲୋକ ତାଙ୍କ କଚେରୀ ରୋଡ଼ସ୍ଥିତ ବାସଭବନରେ ଭୋର ସମୟରୁ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକାର ନିରଞ୍ଜନ ରଥଙ୍କର ଅତି ପ୍ରିୟ ଥିଲେ ପ୍ରଶାନ୍ତ। ଶ୍ରୀ ରଥ ପ୍ରଶାନ୍ତଙ୍କ ପରଲୋକ ଖବର ପାଇ ଶୋକାଭିଭୂତ ​‌େ​‌ହବା ସହ ତୁରନ୍ତ ଆଠଗଡ଼ରେ ପହଞ୍ଚି ସ୍ୱର୍ଗତ ବାରିକଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଶାନ୍ତଙ୍କ ଭଳି ଜଣେ ନିସ୍ୱାର୍ଥପର ତଥା ଉତ୍ସର୍ଗୀକୃତ ସମାଜସେବୀଙ୍କର ଅକାଳ ମୃତ୍ୟ ଆଠଗଡ଼ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ। ଆଠଗଡ଼ ବିକାଶ ପରିଷଦର ସଭାପତି ରାମନାରାୟଣ ମହାନ୍ତି, ଆଠଗଡ଼ ଓକିଲ ସଂଘ ସଭାପତି ପ୍ରସନ୍ନକୁମାର ରାଉତ, ଏଟିବିଏନ ଓକିଲସଂଘର ସଭାପତି ପଣୀଭୂଷଣ ରଥଙ୍କ ସମେତ ପ୍ରଶାନ୍ତଙ୍କ ୧୯୮୩ ମାଟ୍ରିକ ବ୍ୟାଚର ବହୁ ସହପାଠୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ଶ୍ୟାମସୁନ୍ଦର ବାରିକଙ୍କର ଚତୁର୍ଥପୁତ୍ର ପ୍ରଶାନ୍ତଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ଏକମାତ୍ର ପୁତ୍ର ଶୁଭମ୍‍, ୪ ଭାଇଭଉଣୀଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ରଥଙ୍କ ସମେତ ଶତାଧିକ ଶୋକାକୂଳ ଲୋକ ସ୍ୱର୍ଗତ ପ୍ରଶାନ୍ତଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ପ୍ରଥମେ ତାଙ୍କର ଅତିପ୍ରିୟ ଚାନ୍ଦବାଲିଛକ ହନୁମାନ ମନ୍ଦିରକୁ ନେଇ ସେଠାରୁ ରାଧାଗୋବିନ୍ଦପୁର ଶାସନ ମଧ୍ୟ ଦେଇ ଆଠଗଡ଼ ଶ୍ମସାନ ପର୍ଯ୍ୟନ୍ତ ନେଇଥିଲେ। ସେଠାରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା ବେଳେ ତାଙ୍କ ସାନଭାଉ ଉପେନ୍ଦ୍ର ମୁଖାଗ୍ନି ଦେଇଥିଲେ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories