www.samajalive.in
Wednesday, December 10, 2025
23.1 C
Bhubaneswar

ସମାଜ ପ୍ରଭାବ : ସାପ୍ତାହିକ ହାଟ ଖୋଲା ସ୍ଥାନ ଉଠାଇବାକୁ ପ୍ରଶାସନର ନିଷ୍ପତ୍ତି

ସମ୍ବଲପୁର : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ ଡାଉନ୍ ଚାଲିଛି। ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ଏକ ବଡ଼ ପ୍ରତିଷେଧକ ପନ୍ଥା ଅଟେ। କିନ୍ତୁ ସମ୍ବଲପୁର ଜିଲାରେ ବସୁଥିବା ସାପ୍ତାହିକ ହାଟ ଗୁଡିକରେ ଏହି ବ୍ୟବସ୍ଥାକୁ ଲୋକେ ଖୋଲାଖୋଲି ଉଲ୍ଲଂଘନ କରୁଥିବା ବାରମ୍ବାର ଦେଖିବାକୁ ମିଳୁଛି। ରବିବାର ସମ୍ବଲପୁର ସହରର କମଳ ବଜାର ଠାରେ ବସୁଥିବା ସାପ୍ତାହିକ ହାଟରେ ନାହିଁ ନ ଥିବା ଭିଡ ଓ ସରକାରୀ ନିର୍ଦ୍ଦେଶର ଖୋଲାଖୋଲି ଉଲ୍ଲଂଘନ ସର୍ମ୍ପକିତ ଖବର ଦୈନିକ ଖବରକାଗଜ ସମାଜରେ ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଚେତିଥିବା ଜଣାପଡିଛି। ଏଣୁ ସୋମବାର ପ୍ରଶାସନ ତରଫରୁ ସାପ୍ତାହିକ ହାଟ ଗୁଡିକୁ ଚଳିତ ସପ୍ତାହରୁ ଖୋଲା ପଡିଆକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ନେଇଛି। ପ୍ରତି ମଙ୍ଗଳବାର ଦିନ ଭାଲୁପାଲୀଠାରେ ବସୁଥିବା ସାପ୍ତାହିକ ହାଟକୁ ନିକଟସ୍ଥ ହାଇସ୍କୁଲ ପଡିଆକୁ ନିଆଯିବ। ଶୁକ୍ରବାର ଧନକଉଡାଠାରେ ରାସ୍ତାକଡରେ ବସୁଥିବା ସାପ୍ତାହିକ ବଜାରକୁ ନିକଟସ୍ଥ ଖେଳ ପଡିଆକୁ ନିଆଯିବ। ସେହିଭଳି କମଳି ବଜାର, କରମଟୋଲି ବଜାରଗୁଡିକ ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ସମସ୍ତ ବଜାର ଗୁଡିକରେ ସାମାଜିକ ଦୂରତ୍ୱକୁ ସୁନିଶ୍ଚିତ କରାଯିବ ଏବଂ ଦୋକାନମାନଙ୍କ ମଧ୍ୟରେ ଅତି କମରେ ୫ ମିଟରର ଦୂରତ୍ୱ ରଖାଯିବ ବୋଲି ଜିଲା ନୋଡାଲ ଅଧିକାରୀ ଡ. ସଞ୍ଜତ କୁମାର କହିଛନ୍ତି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories