www.samajalive.in
Wednesday, December 10, 2025
23.1 C
Bhubaneswar

ରାସ୍ତାରେ ଶ୍ରମିକଙ୍କ ଉପରେ ସିଞ୍ଚାଗଲା ବିଶୋଧକ

ବରେଲି : ଅତ୍ୟନ୍ତ ଅମାନବୀୟ ଭାବେ ଘରମୁହାଁ ଦେଶାନ୍ତରୀ ଶ୍ରମିକଙ୍କ ଉପରେ ଉତ୍ତରପ୍ରଦେଶର ସ୍ବାସ୍ଥ୍ୟକର୍ମୀ ସୋମବାର ରାସାୟନିକ ବିଶୋଧକ ସିଞ୍ଚିଛନ୍ତି। ବହୁ ସଂଖ୍ୟକ ପୁରୁଷ, ମହିଳା ଶ୍ରମିକଙ୍କ ସହ ଶିଶୁଙ୍କୁ ବରେଲି ସହର ପ୍ରବେଶ ପୂର୍ବରୁ ରାସ୍ତାରେ ବସାଇ ସେମାନଙ୍କ ଉପରେ ବିଶୋଧକ ସିଞ୍ଚି ଓଦା କରିବାର ଦୃଶ୍ୟ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସ୍ଥାନୀୟ ଜିଲାପାଳ ଏଭଳି ପଦକ୍ଷେପ ‘ଅତିଶୟ’ ବୋଲି କହିବା ସହ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏ ନେଇ ଜିଲାପାଳଙ୍କ ସହ ଆଲୋଚନା କରାଯାଇଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ସମିତି ପକ୍ଷରୁ ବରେଲି ମହାନଗର ନିଗମଠାରୁ ରିପୋର୍ଟ ମଗାଯାଇଛି।
ସୂଚନାନୁଯାୟୀ, ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବରେଲି ସହର ଅଭିମୁଖେ ଆସୁଥିବାବେଳେ ସହରାଞ୍ଚଳରେ ପ୍ରବେଶ ପୂର୍ବରୁ ପ୍ରଶାସନ ନିର୍ଦେଶକ୍ରମେ ସେମାନଙ୍କୁ ଅଟକା ଯାଇଥିଲା। ସମସ୍ତଙ୍କୁ ରାସ୍ତା ଉପରେ ବିଶୋଧକରେ ଏକପ୍ରକାର ଗାଧୋଇ ଦିଆଯାଇଥିଲା। ସୁରକ୍ଷା ପୋଷାକ ପରିହିତ ଥାଇ କର୍ମଚାରୀମାନେ ହୋସ୍‌ ପାଇପ୍‌ ଦ୍ବାରା ବିଶୋଧକ ସିଞ୍ଚିଥିଲେ। ଏଥିରେ କେବଳ ଶ୍ରମିକମାନେ ଓଦା ହୋଇ ନ ଥିଲେ; ବରଂ ସେମାନଙ୍କ ବ୍ୟାଗ୍‌ ସହ ପାଖରେ ଥିବା ଜିନିଷ ପତ୍ର ମଧ୍ୟ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା। ଦୁଇ ଜଣ ଅଧିକାରୀ ଏହାର ତଦାରଖ କରୁଥିବାବେଳେ ମୋବାଇଲ ଫୋନ୍‌ରେ ଫଟୋ ଉଠାଉଥିବା ଓ ଶ୍ରମିକମାନଙ୍କୁ ଆଖି ବନ୍ଦ କରିବା ପାଇଁ କହୁଥିବା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓରୁ ଶୁଣାଯାଉଛି।
ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବରେଲି ସହର ପ୍ରଶାସନର ଜଣେ ଅଧିକାରୀ ଅଶୋକ ଗୌତମ କହିଛନ୍ତି ଯେ ଶ୍ରମିକମାନଙ୍କୁ କୌଣସି ରାସାୟନିକ ପଦାର୍ଥ ନୁହେଁ; କେବଳ କ୍ଲୋରିନ୍‌ ମିଶ୍ରିତ ପାଣିରେ ଗାଧୋଇ ଦିଆଯାଇଥିଲା। ସେମାନଙ୍କ ସୁରକ୍ଷା ପାଇଁ ଏଭଳି କରାଯାଇଥିଲା। ସ୍ଥାନୀୟ ମେଡିକାଲ ଅଫିସର ଆଶୁତୋଷ ପରାଶରୀଙ୍କ କହିବାନୁସାରେ ଶ୍ରମିକଙ୍କ ଉପରକୁ ସୋଡିୟମ ହାଇପୋକ୍ଲୋରାଇଟ୍‌ ସଲ୍ୟୁସନ୍‌ ସିଞ୍ଚା ଯାଇଥିଲା। ଏହା କ୍ଷତିକାରକ ନୁହେଁ। ଏଥିରେ ବରେଲି ବସ୍‌ ଷ୍ଟାଣ୍ଡ ମଧ୍ୟ ପରିଷ୍କାର କରାଯାଇଛି। ଏହି ସଲ୍ୟୁସନ୍‌ ମଣିଷ ଶରୀର ପ୍ରତି କ୍ଷତିକାରକ ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବରେଲି ଜିଲାପାଳ ନୀତୀଶ କୁମାର ଏଭଳି ‘ଅତିଶୟ ପଦକ୍ଷେପ’ ଗ୍ରହଣ କରିଥିବା ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି। କର୍ମଚାରୀଙ୍କୁ କେବଳ ବସ୍‌ ଓ ବସ୍‌ଷ୍ଟାଣ୍ଡ ସଫେଇ ପାଇଁ କୁହାଯାଇଥିଲା; କିନ୍ତୁ ମେଡିକାଲ ଅଫିସରଙ୍କ ନିର୍ଦେଶରେ ସେମାନେ ଅଧିକ ଉତ୍ସାହିତ ହୋଇପଡ଼ିଥିଲେ ବୋଲି କୁମାର କହିଛନ୍ତି। ବିରୋଧୀ ନେତା ଅଖିଳେଶ ସିଂହ ଯାଦବ, ମାୟାବତୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହାର ସମାଲୋଚନା କରିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories