www.samajalive.in
Wednesday, December 10, 2025
26.1 C
Bhubaneswar

ମଙ୍ଗଳବାର ରାଶିଫଳ(୩୧/୦୩/୨୦୨୦)

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ। ଯାହା କରନ୍ତୁ ନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ପ୍ରଶଂସାର ପାତ୍ର ହେବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଧନବାନ୍‍ ହେବା ଆଶା କରାଯାଏ।
ବୃଷ: ଆଶାବାଦୀ ହେବେ। ସ୍ନେହବୋଳା କଥାରେ ପରକୁ ଆପଣାର କରିବେ। କର୍ମକ୍ଷେତ୍ରରେ ଉତ୍ସାହବୃଦ୍ଧି ପାଇବ। କର୍ମତତ୍ପର ହୋଇପାରନ୍ତି। ସଙ୍ଗୀତପ୍ରିୟ ଓ ଯଶସ୍ୱୀ ହେବେ। ସରକାରୀ ସୂତ୍ରରୁ ଅର୍ଥ ମିଳିପାରେ।
ମିଥୁନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। କର୍ତ୍ତବ୍ୟପରାୟଣ ହୋଇପାରନ୍ତି। ନୃତ୍ୟ, ସଙ୍ଗୀତ ପ୍ରତି ଆଗ୍ରହୀ ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ସୁବୁଦ୍ଧି ସମ୍ପନ୍ନ ଓ ଧନଯୁକ୍ତ ହେବେ।
କର୍କଟ: ଉପୁଜି ଥିବା ବିବାଦ ସମାଧାନର ବାଟ ବାହାର କରିବାକୁ ପଡ଼ିବ। ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। ଧର୍ମାସକ୍ତ ହେବେ। ମତିମାନ୍‍ ହୋଇପାରନ୍ତି। ପୁତ୍ର ମିତ୍ର ହେତୁକ ସୁଖ ଲାଭ କରିବେ। ମା’ଙ୍କ ବିରାଗ ଭାଜନ ହେବେ।
ସିଂହ: ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଶ୍ରମ ସାର୍ଥକ ହେବ। ବ୍ୟବସାୟ ଲାଭଜନକ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇ ପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଲୋକପ୍ରିୟତା ଅର୍ଜନ କରିବେ। ଜ୍ୟୋତର୍ବିଦ୍ୟା ପ୍ରତି ଆଗ୍ରହୀ ହେବେ।
କନ୍ୟା: ଆପଣଙ୍କ କାର୍ଯ୍ୟ ଉଚ୍ଚକୋଟିର ହେବ। ପରିଶ୍ରମର ମୂଲ୍ୟ ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ସ୍ତରର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। କୀର୍ତ୍ତି, ସନ୍ତୋଷ ପ୍ରାପ୍ତି ସହ ବିଭିନ୍ନ ସୂତ୍ରରୁ ଧନ ମିଳିପାରେ।
ତୁଳା: ପରୋପକାରୀ ହେବେ। ସୁସମ୍ବାଦ ପାଇଁ ଖୁସି ହୋଇପାରନ୍ତି। ଧନବାନ୍‍ ହୋଇପାରନ୍ତି। ଅପାର ଗୁଣ ଓ ବହୁଧନର ଅଧିକାରୀ ହେବେ। ସୁଖୀ ହେବାର ସୂଚନା ମିଳୁଛି।
ବିଛା: ପ୍ରିୟଜନଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ।
ଧନୁ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ ଓ କୃତକାର୍ଯ୍ୟ ହେବେ। ବନ୍ଧୁ ସହାୟତା ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଦୁଃଖୀ-ରଙ୍କୀଙ୍କ ପ୍ରତି ଦୟାର୍ଦ୍ର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶଅର୍ଜନ କରିବେ।
ମକର: ଶତ୍ରୁ ଭୟ ହେତୁ ଆଶଙ୍କା ଜର୍ଜରିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳବାନ୍‍ ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଉନ୍ନୟନ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ସାରାଦିନ ସକ୍ରିୟ ରହିବେ।
କୁମ୍ଭ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ଉପନୀତ ହୋଇପାରନ୍ତି। ଭାଗ୍ୟବାନ୍‍ ହେବେ। ଆଦରି ନେଇଥିବା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିଭିନ୍ନ ଦିଗରୁ ଓ ବ୍ୟବସାୟରୁ ପ୍ରଚୁର ଧନ ମିଳିିବ।
ମୀନ: କାର୍ଯ୍ୟରେ ଆଗ୍ରହୀ ହେବେ। କଳହଠାରୁ ଦୂରେଇ ରହିଲେ ସମ୍ମାନ ମିଳିବ। କୃଷିକର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଯାନବାହନ ସୁଖ ମିଳିପାରେ। ସାହସୀ, ଜ୍ଞାନୀ ଓ ଉଦାର ପ୍ରକୃତିର ହେବେ।

Hot this week

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

Related Articles

Popular Categories