www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କୁ ସୀମାନ୍ତରେ ଅଟକାଇବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ: ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ପ୍ରବାସୀ ଓଡ଼ିଆମାନେ ଏବେ ଘରମୁହାଁ ହୋଇଛନ୍ତି। ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ଗାଡ଼ିମୋଟର ଚଳାଚଳ କରୁ ନ  ଥିବାରୁ ସେମାନେ ଚାଲି ଚାଲି ଘରକୁ ଫେରୁଛନ୍ତି। ଦେଶର ୨୭ଟି ରାଜ୍ୟ ଏବେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବାବେଳେ ଏହି ପ୍ରବାସୀମାନେ କେଉଁଠୁ ଆସିଛନ୍ତି ଏବଂ ଏମାନେ ସୁରକ୍ଷିତ ଅଛନ୍ତି କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି ସ୍ଥିତିରେ ହାଇକୋର୍ଟ ସେମାନଙ୍କୁ ସୀମାନ୍ତରେ ଅଟକାଇବାକୁ ରବିବାର ରାଜ୍ୟ ସରକାର, ଜିଲାପାଳ ଏବଂ ଏସପିମାନଙ୍କୁ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶ ମୁତାବକ, ପ୍ରବାସୀମାନଙ୍କୁ ପ୍ରଶାସନ ସୀମାନ୍ତରେ ଅଟକାଇ ସେଠାରେ ସେମାନଙ୍କ ରହିବା ବ୍ୟବସ୍ଥା କରିବ। ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା ସହିତ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଦରକାର ପଡ଼ିଲେ ବନ୍ଦ ଥିବା କଲେଜ ଏବଂ ସ୍କୁଲରେ ସେମାନଙ୍କୁ ରଖାଯିବ। ରାଜ୍ୟ ଜିଲାଗୁଡ଼ିକରେ ବି ଏହି ନିୟମ ପାଳିବାକୁ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦେଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories