ଲକ ଡାଉନ ସମୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଗୃହ ପ୍ରତିଷ୍ଠା …

ଧର୍ମଗଡ଼ : ଧର୍ମଗଡ ବ୍ଳକ ଅନ୍ତର୍ଗତ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଗୃହ ପ୍ରତିଷ୍ଠା ଉତ୍ସବକୁ ବୁଧବାର ପୁଲିସ ବନ୍ଦ କରିଛି । ଏହା ସହ ଏହି ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟବହୃତ ହୋଇଥିବା ଉପକରଣ ଯଥା ଟେଣ୍ଟ ,ୟୁଟେନସିଲ ଆଦି ସାମଗ୍ରୀକୁ ମଧ୍ୟ ଜବତ କରିଛି ।

ସୂଚନା ଅନୁଯାୟୀ,  ଧର୍ମଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ବଳରାମ ପୁଝାରୀ ନିଜ ପୈତୃକ ଗ୍ରାମ ବେହେରା ଠାରେ ଏକ ନବନିର୍ମିତ ଗୃହର ପ୍ରତିଷ୍ଠା ଉତ୍ସବ ଆୟୋଜନ କରିଥିଲେ । ମହାମାରୀ କରୋନାର ମୁକାବିଲା ପାଇଁ ସରକାର ସମଗ୍ର ଦେଶରେ ଲକଡାଉନ ଘୋଷଣା କରିଥିବାବେଳେ ନିହାତି ଜରୁରୀ ନହେଲେ ଘରୁ ବାହାରିବାକୁ ମନା କରିଛନ୍ତି । ଏହା ସହ ସଙ୍ଗରୋଧ ପାଇଁ ଅତିକମରେ ପରସ୍ପର ମଧ୍ୟରେ ଏକ ମିଟର ଦୂରତା ବଜାୟ ରଖିବାକୁ ପରାମର୍ଶ ଦେବା ସହ ଭିଡ଼ ନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ଏହାର ଖିଲାପ କଲେ ଦଣ୍ଡ ବିଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଅଧ୍ୟକ୍ଷ ଶ୍ରୀ ପୁଝାରୀ ଏହାର ଖିଲାପ କରିଥିବାରୁ ପୁଲିସ ମାମଲାରେ ହସ୍ତକ୍ଷେପ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି ।

Comments are closed.