www.samajalive.in
Wednesday, December 10, 2025
17.1 C
Bhubaneswar

କରୋନାରୁ ଆରୋଗ୍ୟ ହେବା ପରେ ହୃଦଘାତରେ ଜୀବନ ଗଲା

ଜୟପୁର: ‘ମର୍ତ୍ତ୍ୟମଣ୍ଡଳେ ଦେହବହି, ଦେବତା ହେଲେ ବି ମରଇ।’ ମୃତ୍ୟୁ ହେଉଛି ସତ୍ୟ। ତେଣୁ କାହା ପାଇଁ ମୃତ୍ୟୁ କେତେବେଳେ ଆଉ କିପରି ଆସିବ ତାହା କହିବା ମୁସ୍କିଲ। ନିକଟରେ ଏଭଳି ଏକ ଘଟଣା ଉପରୋକ୍ତ ଉକ୍ତିର ସତ୍ୟତାକୁ ପ୍ରତିପାଦିତ କରିଛି। ସାରା ବିଶ୍ଵରେ ଏବେ କରୋନା ଭୂତାଣୁ ମହାମାରୀ ରୂପ ନେଲାଣି। ଅନେକ ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଲକ୍ଷାଧିକ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ କରୋନାରୁ ଆରୋଗ୍ୟ ହେବା ପରେ ପରେ ଜଣେ ବ୍ୟକ୍ତି ହୃଦ୍‌ଘାତରେ ପ୍ରାଣ ହରାଇବା ଭଳି ଘଟଣା ଘଟିଛି ରାଜସ୍ଥାନର ଜୟପୁରରେ। ମୃତ୍ୟୁର ଶିକାର ହୋଇଛନ୍ତି ଜଣେ ଇଟାଲୀୟ ନାଗରିକ ଆନ୍‌ଡ୍ରେ କାର୍ଲି(୬୯)।

ଆନ୍‌ଡ୍ରେ ନିକଟରେ ଭାରତ ଗସ୍ତରେ ଆସିଥିଲେ। ଗତ ଫେବୃୟାରୀ ୨୯ରେ ଭାରତରେ ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ଜୟପୁରର ସୱାଇ ମାନସିଂହ ହସ୍ପିଟାଲରେ ଆଇସୋଲେଶନରେ ରଖାଯାଇଥିଲା। ତାଙ୍କର ପରୀକ୍ଷାନିରୀକ୍ଷା ପରେ ମାର୍ଚ୍ଚ ୨ ତାରିଖରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା। ୧୨ ଦିନର ଚିକିତ୍ସା ପରେ ମାର୍ଚ୍ଚ ୧୪ରେ ତାଙ୍କର ପୁଣି ଥରେ ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ କରୋନା ନେଗେଟିଭ୍‌ ଆସିଥିଲା। ସେ କରୋନାକୁ ପରାସ୍ତ କରିବାରେ ସଫଳ ହୋଇଥିଲେ। ତାଙ୍କ ପତ୍ନୀଙ୍କ ଅନୁରୋଧକ୍ରମେ ମାର୍ଚ୍ଚ ୧୫ରେ ଆନ୍‌ଡ୍ରେଙ୍କୁ ଜୟପୁରର ଫର୍ଟିସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଗତ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ହୃଦ୍‌ଘାତ ଯୋଗୁ ଆନଡ୍ରେଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

- Advertisement -

ଆନ୍‌ଡ୍ରେ କିଛି ଦିନ ତଳେ ଅନ୍ୟ ୨୨ ଇଟାଲୀ ପର୍ଯ୍ୟଟକଙ୍କ ସହିତ ଭାରତ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆନ୍‌ଡ୍ରେଙ୍କ ପତ୍ନୀ ମଧ୍ୟ ଏହି ମାରାତ୍ମକ ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories