www.samajalive.in
Wednesday, December 10, 2025
23.1 C
Bhubaneswar

କରୋନା ସତର୍କତା : ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ତୃତୀୟ ଏବଂ ଚତୁର୍ଥ କର୍ମଚାରୀମାନଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି। ଏହି ଦୁଇ ବର୍ଗର କର୍ମଚାରୀମାନେ ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବେ। ସେହିପରି ଜିଲ୍ଲାସ୍ତରରେ ତୃତୀୟ ଏବଂ ଚତୁର୍ଥ କର୍ମଚାରୀମାନଙ୍କ ମଧ୍ୟରୁ କିଏ ଅଫିସ ଆସିବେ ତାହା ଜିଲ୍ଲାପାଳ କିମ୍ବା ନିର୍ଦ୍ଦେଶକସ୍ତରର ଅଫିସରମାନେ ସ୍ଥିର କରିବେ। ଅତି ଜରୁରୀ ଥିଲେ ସେମାନଙ୍କୁ ଓସ୍ୱାସ୍ ମାଧ୍ୟମରେ କାର୍ଯ୍ୟ କରିବାକୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ଏ ନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି।

ମାର୍ଚ୍ଚ ୨୦ରୁ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ଗ୍ରୁପ୍ ସି ଓ ଡି ବର୍ଗର କର୍ମଚାରୀଙ୍କ ନିମନ୍ତେ ଛୁଟି ଘୋଷଣା କରାଯାଇଥିବାବେଳେ ଅନ୍ୟ ବର୍ଗର ଅଧିକାରୀମାନେ ନିୟମିତ ଭାବେ ପୂର୍ବ ଭଳି ଅଫିସ ଆସିବେ। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ, ଯେଉଁ କର୍ମଚାରୀମାନେ କାର୍ଯ୍ୟସ୍ଥଳରେ ଅସୁସ୍ଥ ଅନୁଭବ କରିବେ ସେମାନେ ତୁରନ୍ତ ନିଜର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ୧୪ଦିନ ପାଇଁ ଘରେ ସଙ୍ଗରୋଧ ହୋଇ ରହିବେ ବୋଲି କୁହାଯାଇଛି। ଏହାବ୍ୟତୀତ ଯେଉଁ ସରକାରୀ କର୍ମଚାରୀମାନଙ୍କର ପରିବାର ସଦସ୍ୟ କେହି ମାର୍ଚ୍ଚ ୪ତାରିଖ ପୂର୍ବରୁ ଓ ସେହିଦିନ ବିଦେଶରୁ ଫେରିଥିବେ ସେମାନଙ୍କୁ ମଧ୍ୟ ଘରେ ସଙ୍ଗରୋଧରେ ୧୪ଦିନ ରହିବା ପାଇଁ ଅନୁମତି ଦିଆଯାଇଛି। ତେବେ ଏହାପରେ ସେମାନେ ଅଫିସ ଆସିବା ପୂର୍ବରୁ ନିଜକୁ ମେଡିକାଲ ଫିଟ୍ ଥିବା ଦର୍ଶାଇବାକୁ ପଡିବ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories