ଗଞ୍ଜାମ : କରୋନା ପାଇଁ ଗଞ୍ଜାମରେ ଲାଗୁ ହୋଇଥିବା ୧୪୪ ଧାରା ଗୁରୁବାର ପ୍ରତ୍ୟାହୃତ ହୋଇଛି। ମାତ୍ର ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଲ୍ , ସିନେମା ହଲ୍ , ଜିମ୍ ଆଦି ପୂର୍ବପରି ବନ୍ଦ ରହିବ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି। ସୂଚନା ଯୋଗ୍ୟ, ଗତ ରବିବାର କରୋନା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଗଞ୍ଜାମରେ ବିଭିନ୍ନ ସ୍ଥାନରେ ଜନସମାଗମକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଥିଲା।



