ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଗୁରୁବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ଶତାଧିକ ଗୋରୁ ଥିବା ଏକ କଣ୍ଟେନର ଜବତ ହୋଇଛି। ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟଲୋକେ ସଦର ପୁଲିସ ଜିମା ଦେଇଛନ୍ତି। ଉକ୍ତ କଣ୍ଟେନରରେ ଶତାଧିକ ଗୋରୁ ଚାଲାଣ କରାଯାଉଥିବା ସହ ୨ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କଣ୍ଟେନରରେ ଗୋରୁ ଯାଉଥିବା ସମୟରେ ସ୍ଥାନୀୟଲୋକେ ଏହାକୁ ଅଟକାଇ ଥିଲେ ବୋଲି ସୂଚନା ମିଳିଛି।
ସ୍ଥାନୀୟଲୋକଙ୍କ ଦ୍ୱାରା ଗୋରୁ ବୋଝେଇ କଣ୍ଟେନର ଜବତ
Popular Categories



