www.samajalive.in
Saturday, December 13, 2025
23.1 C
Bhubaneswar

କୀଟନାଶକ ପ୍ରଭାବରେ ୩ଗୋରୁ ମୃତ

ବଡ଼ସାହି:  ଖରାଟିଆ ଧାନ ଚାଷ ପାଇଁ ଚାଷ ଜମିରେ ବ୍ୟବହୃତ କୀଟନାଶକ ପ୍ରଭାବରେ ବୁଧବାର ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ଖାନୁଆ ପଞ୍ଚାୟତର ଧାନଶୋଳ ଗ୍ରାମରେ ୨ଟି ଗାଈ ଓ ଗୋଟିଏ ବଳଦର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୋଟିଏ ବଳଦ ଓ ବାଛୁରୀ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ତେବେ ଏହି ଘଟଣାକୁ କେନ୍ଦ୍ର କରି ଧାନଶୋଳ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି। ଖାନୁଆ ପ୍ରାଣୀଧନ ନୀରିକ୍ଷକ ଘଟଣାସ୍ଥଳ ପରିଦର୍ଶନ କରି ଗୁରୁତର ଅସୁସ୍ଥ ବଳଦ ଓ ବାଛୁରୀର ଚିକିତ୍ସା କରୁଥିବା ବେଳେ ମୃତ ଗାଈ ଓ ବଳଦ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିଛନ୍ତି। ଧାନଶୋଳ ଗ୍ରାମ ନିକଟ ଭାଲୁକଡୁବି-ନିଶ୍ଚିନ୍ତପୁର ଗ୍ରାମରେ ଚଳିତବର୍ଷ ପ୍ରଥମ କରି କେତେକ ଚାଷୀ ଖରାଦିନିଆ ଧାନ ଚାଷ କରିଛନ୍ତି। ଏହି ଚାଷୀଗଣ ପାଖ ଗ୍ରାମରେ ଖବର ଦେଇ ଚାଷଜମିରେ କୀଟନାଶକ ପ୍ରୟୋଗ କରିଥିଲେ। ସବୁଦିନ ଭଳି ବୁଧବାର ଧାନଶୋଳ ଗ୍ରାମା ନବଘନ ସୋରେନ, କାର୍ତ୍ତିକ ହେମ୍ବ୍ରମ, ନାରାୟଣ ହେମ୍ବ୍ରମ ଓ ଗୋବିନ୍ଦ ଚନ୍ଦ୍ର ସୋରେନଙ୍କ ଗାଇଗୋରୁ ଚରିବାକୁ ଯାଇ କୀଟନାଶକ ସମ୍ପର୍କରେ ଆସିଥିଲେ। ଚାଷଜମି ପାଣି ସେବନ କିମ୍ବା ଫସଲ ଖାଇବା ପରେ ୨ଟି ଗାଈ ଓ ଗୋଟିଏ ବଳଦ ଚାରଣଭୂଇଁରେ ଲୋଟି ମୃତ୍ୟୁବରଣ କରିଥିôବା ବେଳେ ଆଉ ଗୋଟିଏ ବଳଦ ଓ ବାଛୁରୀ ଗୁରୁତର ଅସୁସ୍ଥ ହୋଇଥିଲେ। ଚାଷୀଗଣ କୀଟନାଶକ ପ୍ରୟୋଗ ସର୍ମ୍ପକରେ ସୂଚନା ଦେଇଥିଲେ ହେଁ ଚାଷଜମିରେ ନାଲି ପତାକା ଲଗାଇ ନଥିବାରୁ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories