www.samajalive.in
Wednesday, December 10, 2025
14.1 C
Bhubaneswar

ଶୀଘ୍ର ଫେରିବେ କୁଆଲା ଲୁମ୍ପୁର ବିମାନ ବନ୍ଦରରେ ଅଟକି ରହିଥିବା ଭାରତୀୟ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କୁଆଲା ଲୁମ୍ପୁର ବିମାନ ବନ୍ଦରରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବାପାଇଁ ଦିଲ୍ଲୀ ଓ ବିଶାଖାପଟ୍ଟନମ ପାଇଁ ଏୟାର୍‍ ଏସିଆର ଦୁଇଟି ବିମାନକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଏକ ଟ୍ୱିଟ୍‍ ବାର୍ତ୍ତାରେ କହିଛନ୍ତି, କୁଆଲା ଲୁମ୍ପୁର ବିମାନ ବନ୍ଦରରେ ଅଟକି ରହିଥିବା ଭାରତୀୟ ଛାତ୍ରଛାତ୍ରୀ ଏବଂ ଅନ୍ୟ ଯାତ୍ରୀମାନଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସେହି ଲୋକମାନଙ୍କୁ ଏୟାର୍‍ ଲାଇନ୍‍ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଖବର ଅନୁସାରେ ୨୦୦ରୁ ଅଧିକ ଭାରତୀୟ କୁଆଲା ଲୁମ୍ପୁର ବିମାନ ବନ୍ଦରରେ ଅଟକି ରହିଛନ୍ତି।

ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ରହିଛନ୍ତି। ଭାରତ ୟୁରୋପୀୟ ସଂଘର ତୁର୍କୀ ଏବଂ ବ୍ରିଟେନ୍‍ରୁ ଆସୁଥିବା ଯାତ୍ରୀମାନଙ୍କର ଭାରତରେ ପ୍ରବେଶ ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ କଟକଣା ଜାରି କରିଛି। ଆଫଗାନିସ୍ତାନ, ଫିଲିପାଇନ୍‍ସ ଏବଂ ମାଲେସିଆରୁ ଆସୁଥିବା ଲୋକମାନଙ୍କ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories