www.samajalive.in
Monday, December 8, 2025
24.1 C
Bhubaneswar

ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ନୁହେଁ, କେଉଁମାନେ ମାସ୍କ ପିନ୍ଧିବେ ଜାଣନ୍ତୁ….

ଭୁବନେଶ୍ବର : କରୋନା ଭାଇରସ ଭୟରେ ବର୍ତ୍ତମାନ ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି। ମାସ୍କର ବହୁଳ ବ୍ୟବହାରକୁ ଦେଖି ବଜାରରେ ମାସ୍କର ଅଭାବ ମଧ୍ୟ ଦେଖାଦେଇଛି। ଆଉ ବଜାରରେ ମାସ୍କର ଅଭାବ ପରିସ୍ଥିତି ଏବଂ ଲୋକମାନଙ୍କ ଦ୍ବାରା ମାସ୍କର ବହୁଳ ମାତ୍ରାରେ ବ୍ୟବହାରର ଲାଭ ଉଠାଉଛନ୍ତି କିଛି ଅସାଧୁବ୍ୟକ୍ତି। ବଜାରରେ ମାସ୍କକୁ ଚଢାଦରରେ ବିକ୍ରି କରୁଛନ୍ତି। କରୋନା ଭାଇରସ ଭୟରେ ଲୋକମାନେ ମାସ୍କର ଚଢାଦର ସତ୍ତେ ଏହାକୁ କିଣୁଛନ୍ତି। ବଜାରରେ ମାସ୍କର ଚଢାଦରକୁ ଦେଖି ବୁଧବାର ରାଜ୍ୟ ସରକାରଙ୍କ କରୋନା ସଚେତନତା ଟିମର ମୁଖ୍ୟ କେଉଁମାନେ ମାସ୍କ ପିନ୍ଧିବା ଜରୁରି ଏବଂ କେଉଁମାନେ ମାସ୍କ ପିନ୍ଧିବା ଜରୁରି ନୁହେଁ ତାହା କହିଛନ୍ତି। ତେବେ ଆସନ୍ତୁ ଜାଣିବା….

ସୁବ୍ରତ ବାଗଚୀ କହିଛନ୍ତି ଯେ ମାସ୍କ ଦୁଇ ପ୍ରକାର ବ୍ୟକ୍ତି ପିନ୍ଧିବା ଆବଶ୍ୟକ। ଯେଉଁମାନେ ସଂକ୍ରମିତ ଓ ଯେଉଁମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି, ସେମାନେ ହିଁ ମାସ୍କ ପିନ୍ଧନ୍ତୁ। ଯେଉଁ ଲୋକମାନେ ସର୍ଦ୍ଦି, ଥଣ୍ଡା ଓ କାଶରେ ଅସୁସ୍ଥ ଅଛନ୍ତି ମାସ୍କ ବ୍ୟବହାର କରନ୍ତୁ। ଏହାସହ ଯେଉଁ ଲୋକମାନେ ହସ୍ପିଟାଲରେ କାମ କରୁଛନ୍ତି ସେହିମାନେ ମାସ୍କର ବ୍ୟବହାର କରନ୍ତୁ। ଏହାବ୍ୟତୀତ ଅନ୍ୟ କୌଣସି ଲୋକମାନେ ଅଯଥାରେ ମାସ୍କ ବ୍ୟବହାର ନକରନ୍ତୁ ବୋଲି ସୁବ୍ରତ ବାଗଚି କହିଛନ୍ତି।

- Advertisement -

ସୁସ୍ଥ ଲୋକମାନେ ଅଯଥାରେ ମାସ୍କ ବ୍ୟବହାର କରିବା କାରଣରୁ ବଜାରରେ ମାସ୍କର ଅଭାବ ଦେଖାଦେଉଛି। ଅଯଥାରେ ମାସ୍କ ପାଇଁ ଦୋକାନକୁ ଯାଇ ଭିଡ ଲଗାନ୍ତୁ ନାହିଁ। ସୁସ୍ଥ ଲୋକମାନେ ଦୋକାନରୁ ମାସ୍କ କିଣିବା ଫଳରେ ଅଭାବ ଦେଖାଦେଉଛି ଏବଂ ଦୋକାନି ଚଢାଦରରେ ମାସ୍କ ବିକ୍ରି କରୁଛି। ସୁସ୍ଥ ଲୋକମାନେ କଦାପି ମାସ୍କ ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories