www.samajalive.in
Saturday, December 6, 2025
14.1 C
Bhubaneswar

କମଲନାଥ ସରକାରଙ୍କୁ ୧୦ ଦିନ ଅଶ୍ଵସ୍ତି, ୨୬ ପର୍ଯ୍ୟନ୍ତ ବିଧାନସଭା ସ୍ଥଗିତ

ଭୋପାଳ: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ କମଲନାଥ ସରକାରଙ୍କୁ ସାମାନ୍ୟ ଅଶ୍ଵସ୍ତି ମିଳିଛି। ସୋମବାର ସରକାରଙ୍କୁ ବହୁମତ ପରୀକ୍ଷା ଦେବା ଲାଗି ବାଚସ୍ପତି ନିର୍ଦେଶ ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଥିବାବେଳେ ବିଧାନସଭାକୁ ଆସନ୍ତା ୨୬ ତାରିଖ ଯାଏ ସ୍ଥଗିତ କରିଦିଆଯାଇଛି। ଫଳରେ ସୋମବାର ଫ୍ଲୋର ଟେଷ୍ଟ ହୋଇନାହିଁ।

ରାଜ୍ୟପାଳ ଲାଲଜୀ ଟଣ୍ଡନ ବିଧାନସଭାରେ ନିଜର ଅଭିଭାଷଣ ଦେଇ କହିଥିଲେ ସମସ୍ତ ଲୋକ ନିଜର ଦାୟିତ୍ଵ ତୁଲାନ୍ତୁ। ସମ୍ବିଧାନର ରକ୍ଷା କରାଯାଉ। ମଧ୍ୟପ୍ରଦେଶର ଗୌରବର ରକ୍ଷା କରାଯାଉ। ସମସ୍ତ ବିଧାୟକ ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାୟିତ୍ଵ ନିର୍ବାହ କରନ୍ତୁ। ରାଜ୍ୟର ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରହୁ। ତେବେ ରାଜ୍ୟପାଳ ଅଭିଭାଷଣକୁ ସମ୍ପୂର୍ଣ୍ଣ ନ ପଢ଼ି ଗୃହରୁ ଚାଲିଯାଇଥିଲେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳଙ୍କୁ ଚିଠି ଲେଖି ବହୁମତ ପରୀକ୍ଷଣ ଉପରେ ରୋକ୍‌ ଲଗାଇବାକୁ ଦାବି କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ବହୁମତ ପରୀକ୍ଷା କରିବା ଅଗଣତାନ୍ତ୍ରିକ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories