www.samajalive.in
Saturday, December 6, 2025
15.1 C
Bhubaneswar

କରୋନା ପାଇଁ ସତର୍କତା ; ସପିଙ୍ଗ ମଲ ବନ୍ଦ ସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, କାକଟପୁର ମଙ୍ଗଳା ମନ୍ଦିରରେ କଟକଣା, ଯାଜପୁରରେ ୧୪୪ ଧାରା ଜାରି

ଯାଜପୁର/ସମ୍ବଲପୁର/ଗଞ୍ଜାମ/ଭଦ୍ରକ : କରୋନା ପାଇଁ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ଧାର୍ମିକ ଅନୁଷ୍ଠାନ ସହ ସପିଙ୍ଗ ମଲ ଭଳି ବିଭିନ୍ନ ସ୍ଥାନରେ କଟକଣା ଜାରି ହୋଇଛି।
କରୋନା ପାଇଁ ସମଗ୍ର ଯାଜପୁର ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମାର୍ଚ୍ଚ ୨୧ରେ ହେବାକୁ ଥିବା ପ୍ରସିଦ୍ଧ ବାରୁଣୀ ସ୍ନାନ ବାତିଲ କରାଯାଇଛି। ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ଜିଲାରେ ସପିଙ୍ଗ ମଲ୍‍, ଶୋ’ ରୁମ ବନ୍ଦ ରହିବ । ଏନେଇ ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁରରେ ଆସନ୍ତା ୩୧ ଯାଏ ମଲ ବନ୍ଦ ରହିବ।
ସେହିପରି କରୋନା ସତର୍କତା ପାଇଁ କାକଟପୁର ମଙ୍ଗଳା ମନ୍ଦିରରେ ମଧ୍ୟ କଟକଣା ଜାରି ହୋଇଛି। ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ସେବାୟତଙ୍କୁ ବାରଣ କରାଯାଇଛି। ସେବାୟତଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅତି ଆବଶ୍ୟକ ନପଡ଼ିଲେ ମନ୍ଦିର ବାହାରେ ଏକାଠି ହୁଅନ୍ତୁ ନାହିଁ। ଏନେଇ ମା’ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନୋଟିସ ହୋଇଥିବା ନେଇ ସୂଚନା।
ଭଦ୍ରକ ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟି ବାତିଲ ନେଇ ଟୁଇଟ୍‍ କରି ଜିଲ୍ଲାପାଳ ସୂଚନା ଦେଇଛନ୍ତି ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories