www.samajalive.in
Saturday, December 6, 2025
19.1 C
Bhubaneswar

ଗ୍ରାମ ସଭାପତିଙ୍କ ଗୁଳିରେ କନଷ୍ଟେବଳ ମୃତ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ ଦୋଳଯାତ୍ରାରେ ଅଘଟଣ ଘଟିଛି। ଗ୍ରାମ ସଭାପତିଙ୍କ ଗୁଳି ମାଡ଼ରେ ଗାଁର ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଯାଇଛି। ମୃତ କନେଷ୍ଟବଳ ହେଉଛନ୍ତି ଖମାର ଗାଁର ରାମଚନ୍ଦ୍ର ସାହୁ(୩୩)। ଏହି ଘଟଣାକୁ ନେଇ ଖମାର ଗାଁରେ ଉତ୍ତେଜନା ଲାଗି ରହିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ରାମଚନ୍ଦ୍ରଙ୍କ ଶବ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ଶବକୁ ବଣସିଂହ-କଳାପାଣି ପୂର୍ତ୍ତ ବିଭାଗ ରାସ୍ତାରେ ରଖି ଅବରୋଧ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଦୀର୍ଘ ସମୟ ଧରି ରାସ୍ତାରୋକ କରାଯାଇଛି।

ମୃତକଙ୍କ ଭାଇ ଖଗେଶ୍ୱର ସାହୁ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ ଶୁକ୍ରବାର ଚଉ ଦୋଳ ମହୋତ୍ସବ ଚାଲିଥିଲା। ଗାଁରେ ରାଧାକୃଷ୍ଣଙ୍କ ଚାଚେରୀ ବୁଲିବା ପରେ ଯାତ୍ରା ପଡ଼ିଆ ଦୋଳବେଦୀରେ ଶ୍ରୀଜିଉଙ୍କୁ ଅବସ୍ଥାନ କରାଯାଇଥିଲା। ରାତି ପ୍ରାୟ ୧୧.୧୫ ମିନିଟ୍‍ ବେଳକୁ ପୁଲିସ ଏବଂ ଅତିଥିମାନଙ୍କ ମଧ୍ୟ ରୋଷେଇ ଦାୟିତ୍ୱରେ ଥିବା ମୁଁ ଗାଁ ସଭାପତି ଶ୍ରୀକାନ୍ତ ସାହୁଙ୍କୁ ରୋଷେଇ ଶେଷ ହୋଇଥିବା ସୂଚନା ଦେଇଥିଲି। ଯାତ୍ରାରେ ଉପସ୍ଥିତ ପୁଲିସ ଖାଇ ସାରିଛନ୍ତି ଆଉ ଖାଇବେ ନାହିଁ ବୋଲି ମୁଁ ଶ୍ରୀକାନ୍ତଙ୍କୁ କହିଥିଲି। ତୁ କାହିଁକି ପୁଲିସଙ୍କୁ ପଚାରିଲୁ ବୋଲି ଉତ୍‍କ୍ଷିପ୍ତ ହୋଇ ଗ୍ରାମ ସଭାପତି ଶ୍ରୀକାନ୍ତ ମୋତେ ଚାପୁଡ଼ା ମାରିଥିଲେ। ସେଠାରେ ଉପସ୍ଥିତ ଥିବା ମୋ ଭାଇ ପୁଲିସ୍‍ କନେଷ୍ଟବଳ ରାମଚନ୍ଦ୍ର ସାହୁ ଏହାଦେଖି ମୋ ଭାଇକୁ କାହିଁକି ମାରିଲୁ ବୋଲି ପଚାରିବାରୁ ଏଥିରେ ରାଗିଯାଇ ତୋ ଭାଇକୁ କ’ଣ ମାରିଲି, ତୋତେ ଗୁଳିକରି ଉଡାଇଦେବି ବୋଲି କହି ପକେଟରୁ ମାଉଜର ବାହାର କରି ରାମଚନ୍ଦ୍ରଙ୍କ ଛାତିକୁ ଗୁଳି ଚଳାଇଥିଲେ। ଫଳରେ ରାମଚନ୍ଦ୍ର ଘଟଣାସ୍ଥଳରେ ଟଳି ପଡିଥିଲେ। ଗାଁରୁ ଏକ ଗାଡି ଯୋଗେ ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଡାକ୍ତରଖାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ। କଟକ ନେବା ବାଟରେ ଖୁଣ୍ଟୁଣୀଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ସୂତ୍ରରୁ ପ୍ରକାଶ।

- Advertisement -

ରାମଚନ୍ଦ୍ର ୨୦୧୧ ମସିହାରେ ଓଡ଼ିଶା ପୁଲିସରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ଭୁବନେଶ୍ୱରଠାରେ ଇଣ୍ଡିଆନ୍‍ ରିଜର୍ଭ ବାଟାଲିଅନ୍‍(ଆଇଆର୍‍ବି)ରେ କାର୍ୟ୍ୟ କରୁଥିଲେ। ତାଙ୍କ ପତ୍ନୀଙ୍କ ଦେହ ଖରାପ ଥିବା ଏବଂ ଦୋଳ ପାଇଁ ଶୁକ୍ରବାର ଘରକୁ ଆସିଥିଲେ। ସେ ଚଣ୍ଡିଖୋଲ ଅଞ୍ଚଳର ନେଉଳପୁର ଗ୍ରାମରେ ବିବାହ କରିଛନ୍ତି। ତାଙ୍କର ଗୋଟିଏ ୩ ବର୍ଷର ଝିଅ ଓ ୮ ମାସର ପୁଅ ରହିଛନ୍ତି। ଢେଙ୍କାନାଳ ଏସ୍‍ପି ଅନୁପମା ଜେମ୍‍ସ, ଅତିରିକ୍ତ ଏସ୍‍ପି ଗଣେଶ ଚନ୍ଦ୍ର ପ୍ରଧାନ, ଡିଏସ୍‍ପି ନାଗାର୍ଜୁନ ପ୍ରଧାନ, ସଦର ଥାନା ଅଧିକାରୀ ସଂଧ୍ୟାରାଣୀ ବେହୁରିଆଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଫିସର ଖମାର ଗାଁରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ପାଇଁ ପୁଲିସ ପକ୍ଷରୁ ଏକ ସ୍କ୍ୱାଡ ଗଠନ କରାଯାଇଛି। ଏହି ମାମଲାରେ ଢେଙ୍କାନାଳ ସଦର ଥାନାରେ ମୃତକଙ୍କ ଭାଇ ଖଗେଶ୍ୱରଙ୍କ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା ରୁଜୁ କରାଯାଇଛି। କଟକ ବଡ଼ ଡାକ୍ତରଖାନାରେ ରାମଚନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ଅପରାହ୍ଣ ୪ଟାରେ ଖମାର ଗାଁରେ ପହଞ୍ଚିଥିଲା। ରାମଚନ୍ଦ୍ରଙ୍କ ମରଶରୀରକୁ ଦେଖିବା ପାଇଁ ଖମାର ଗାଁ ସମେତ ଆଖପାଖ ଗ୍ରାମବାସୀଙ୍କ ଭିଡ ଜମିଥିଲା। ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ଗ୍ରାମବାସୀ ଅଡି ବସି ବଣସିଂହ-ଢେଙ୍କାନାଳ ରାସ୍ତାକୁ ଖମାର ଗାଁ ନିକଟରେ ଅବରୋଧ କରି ରଖିଛନ୍ତି। ଖବର ଲେଖାହେବା ପର୍ୟ୍ୟନ୍ତ ରାସ୍ତାରୋକ ଜାରି ରହିଥିବା ଜଣାପଡିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories