www.samajalive.in
Monday, December 8, 2025
27.1 C
Bhubaneswar

୫୦ ଫୁଟ ଗଭୀର ଟାଙ୍କିରେ ପଡ଼ି ୫ ବର୍ଷର ଶିଶୁ ମୃତ

କଣ୍ଡିଆହାଟ/ରାଜକନିକା: କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଚରପଡା ପଞ୍ଚାୟତ କଣ୍ଡିଆ ମଳିକସାହି ଗ୍ରାମରେ ଶନିବାର ଏକ ୫ ବର୍ଷର ଶିଶୁ ୫୦ ଫୁଟର ପରିତ୍ୟକ୍ତ ପାଣି ଟାଙ୍କିରେ ଖସିପଡି ପ୍ରାଣ ହରାଇଛି। ଏହି ଘଟଣା ପରେ ଅଞ୍ଚଳରେ .ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଏଥିପାଇଁ ଅଞ୍ଚଳବାସୀ ପ୍ରଶାସନକୁ ଦାୟୀ କରିଛନ୍ତି। ଏ ସମ୍ପର୍କରେ ମୃତକଙ୍କ ପରିବାର ପକ୍ଷରୁ ରାଜକନିକା ଥାନାରେ ଅଭିଯୋଗ କରାଯାଇଛି।

ଶନିବାର ଅପରାହ୍ଣ ପ୍ରାୟ ୫ଟାବେଳେ ଗ୍ରାମର ମଣ୍ଟୁ ମଳିକଙ୍କ ପୁଅ ରୁଦ୍ର ଏହି ପରିତ୍ୟକ୍ତ ପାଣି ଟାଙ୍କି ନିକଟରେ ତା’ର ଅନ୍ୟ ସାଥୀମାନଙ୍କ ସହ ଖେଳୁଥିଲା। କିଛି ସମୟ ପରେ ଅସାବଧାନତାବଶତଃ ଉକ୍ତ ପାଣି ଟାଙ୍କିରେ ସେ ଖସିପଡିଥିଲା। ନିକଟରେ ​ଖେଳୁଥିବା ପିଲାମାନେ ପାଟି କରିବାରୁ ସେଠାରେ ସ୍ଥାନୀୟ ଲୋକେ ଏକତ୍ର ହୋଇ ବହୁ କଷ୍ଟରେ ପାଣି ଟାଙ୍କି ଭିତରକୁ ଯାଇ ଏକ ରଶି ମାଧ୍ୟମରେ ତାକୁ ଉଦ୍ଧାର କରି ତୁରନ୍ତ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

- Advertisement -

ସୂଚନାଯୋଗ୍ୟ, ଜର୍ମାନୀର ଏକ ସଂସ୍ଥା କେଏଫଡବ୍ଲୁ ପକ୍ଷରୁ ୧୯୯୦ ମସିହାରେ ଜମିକୁ ଜଳଯୋଗାଣ ପାଇଁ ଏହି ଟାଙ୍କି ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ ଉଠାଜଳସେଚନ ବିଭାଗ ଅଧୀନକୁ ଆସିଥିଲା। ପରେ ଏହା ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ତେବେ ଏହା ପ୍ରାୟ ୧୦ ବର୍ଷ ହେଲା ଅକାମୀ ହୋଇ ପଡିରହିଛି। ଏହି ପାଣି ଟାଙ୍କିକୁ ବିପଦପୂର୍ଣ୍ଣ ଅବସ୍ଥାରେ ଖୋଲା ଛାଡିଦିଆଯାଇ ଥିବାରୁ ଏପରି ଅଘଟଣ ଘଟିଥିବା ଅଞ୍ଚଳବାସୀ ଅଭିଯୋଗ କରି ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି। ତୁରନ୍ତ ଏହି ମୃତ ଶିଶୁର ପରିବାରକୁ ସରକାର କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories