www.samajalive.in
Sunday, December 7, 2025
26.1 C
Bhubaneswar

ଯୌତୁକ ନୁହେଁ – କରୋନା ପାଇଁ ବଧୂ ନିର୍ଯାତନା

ଉମରକୋଟ: କରୋନା ସନ୍ଦେହରେ ୧୨ଦିନ ହେଲା ଶାଶୂ ଘର ଏରୁଣ୍ଡି ବନ୍ଧ ଡେଇଁଥିବା ଜଣେ ନବ ବଧୂକୁ ଅକଥନୀୟ ନିର୍ଯାତନା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମାମଲାରେ ପୁଲିସ ଅଭିଯୋଗକାରିଣୀ ନବବଧୂଙ୍କ ସ୍ୱାମୀ ଓ ଶ୍ୱଶୂରଙ୍କୁ ଗିରଫ କରିସାରିଛି। ସାରା ବିଶ୍ୱରେ କରୋନା ଭୂତାଣୁ ହଇଚଇ ସୃଷ୍ଟି କରିଥିବା ବେଳେ ସରକାର ଏହାକୁ ମହାମାରୀ ଘୋଷଣା କରିଛନ୍ତି। ନବରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳ ମଧ୍ୟ ଏହି ମହାମାରୀ ଚିନ୍ତାରୁ ବାଦ୍‍ ପଡିନାହିଁ। ଜଣେ ମହିଳାଙ୍କୁ କରୋନା ସନ୍ଦେହରେ ଅସହ୍ୟ ନିର୍ଯାତନା ଅଭିଯୋଗରେ ପୁଲିସ ତାଙ୍କ ସ୍ୱାମୀ ଓ ଶ୍ୱଶୂରଙ୍କୁ ଗିରଫ କରିଛି। ଏହି ଘଟଣା ଜିଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଚି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉମରକୋଟ ବ୍ଲକ ଅନ୍ତର୍ଗତ ମୂର୍ତ୍ତୁମା ୟୁଭି-୬ ଗ୍ରାମରେ।

ଘଟଣାରୁ ପ୍ରକାଶ ଯେ, ମାର୍ଚ୍ଚ ୨ ତାରିଖରେ ହରିଧନ ସରକାରଙ୍କ ଝିଅ ପୂଜାଙ୍କ ସହ ଉମରକୋଟ ନିବାସୀ ଯୁବରାଜ ଓକିଲଙ୍କ ପୁଅ ଜୟନ୍ତଙ୍କ ସହ ବିବାହ ବୈଦିକ ରୀତିରେ ସମ୍ପନ୍ନ ହୋଇଥିଲା। ବାହାଘର ସମୟରେ ବିଭିନ୍ନ ଆସବାବ ସହ ନଗଦ ଅଢ଼େଇ ଲକ୍ଷ ଟଙ୍କା ଏବଂ ଏକଲକ୍ଷ ଚାଳିଶି ହଜାର ଟଙ୍କାର ମୋଟର ସାଇକଲ ଦିଆଯାଇଥିଲା। ଯୌତୁକ ପିଚାଶଙ୍କ ମନ ଏତିକିରେ ଭରି ନ ଥିଲା। ଅଧିକ ଯୌତୁକ ଆଣିବା ପାଇଁ ପୂଜାଙ୍କୁ ବାରମ୍ବାର ଚାପ ପକାଇବା ସହ ଶାରିରୀକ ନିର୍ଯାତନା ଦିଆଯିବା ସହ ବାହାଘରର ୨ ଦିନ ପରେ ବର ଘର ପୂଜାର ହାତରୁ ଜବରଦସ୍ତ ମେହେନ୍ଦି ଲିଭାଇବା ସହ ପୂଜାକୁ ଥଣ୍ଡା, କାଶ ହୋଇଥିବାରୁ କରୋନା ହୋଇଛି କହି ତଳେ ଚଟାଣରେ ଶୋଇବାକୁ ବାଧ୍ୟ କରିଥିଲେ। ନିର୍ଯାତନା ଅସହ୍ୟ ହେବାରୁ ପୂଜା ବାଧ୍ୟ ହୋଇ ନିଜ ବାପ ଘର ପରିବାର ଲୋକଙ୍କୁ ଖବର ଦେଇ ବାପ ଘରକୁ ଆସିଥିଲେ। ଉକ୍ତ ବିଷୟ ନେଇ ଗ୍ରାମରେ ଗ୍ରାମବାସୀ ବୈଠକ କରି ନିଷ୍ପତ୍ତିକ୍ରମେ ଉମରକୋଟ ଥାନାରେ ଏକ ମାମଲା ରୁଜୁ କରିଛନ୍ତି।

- Advertisement -

ନବବଧୂର ଅଭିଯୋଗ ଅନୁଯାୟୀ କରୋନା ହୋଇଥିବା ସନ୍ଦେହ କରି ଚଟାଣରେ ଶୋଇବାକୁ ଦିଆଯିବା ସହ ଶାରିରୀକ ନିର୍ଯାତନା ଦିଆଯାଉଥିବା, ରାନ୍ଧିବା ନେଇ ନିର୍ଯାତନା ସହିବାକୁ ପଡୁଥିଲା। ଏପରିକି ରନ୍ଧା ଖାଦ୍ୟ ସୁଆଦିଆ ନ ହେଲେ ମାଡ ଖାଇବାକୁ ପଡୁଥିଲା ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ସେପଟେ ଅଭିଯୁକ୍ତ ସ୍ୱାମୀ ମଧ୍ୟ ପରୋକ୍ଷରେ ମାନି ନେଇଛନ୍ତି ଯେ ପୂଜାକୁ ନିର୍ଯାତନା ଦିଆଯାଉଥିବା ସହ କରୋନା ଭାଇରର୍ ଏକମାତ୍ର ବାହାନା ଥିଲା ବୋଲି ପ୍ରକାଶ କରିଛନ୍ତି। ଏ ଦିଗରେ ଉମରକୋଟ ପୁଲିସ କାଳ ବିଳମ୍ବ ନ କରି କେସ୍‍ ରୁଜୁ କରି ନବବଧୂର ସ୍ୱାମୀ ଜୟନ୍ତ ଓ ଶ୍ୱଶୁର ଯୁବରାଜଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ମହିଳା ସୁରକ୍ଷା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର କଠୋର ନିୟମ ପ୍ରଣୟନ କରିଥିବା ବେଳେ ଆଜିର ନାରୀ ଆଉ ଅବଳା ହୋଇ ନ ରହି ନିଜର ହକ୍‍ ପାଇଁ ନିଜେ ଆଗେଇ ଆସୁଥିବା ଉଦାହରଣ ଦେଇଛନ୍ତି ନବବଧୂ ପୂଜା। ଆଗାମୀ ଦିନରେ ଯୌତୁକ ନିର୍ଯାତନା ନିୟମ ଆହୁରି କଠୋର କରାଯିବା ସହ ଅଭିଯୁକ୍ତଙ୍କୁ ଫାଷ୍ଟଟ୍ରାକ୍‍ କୋର୍ଟ ମାଧ୍ୟମରେ ଶୀଘ୍ର କଠୋରରୁ କଠୋର ଦଣ୍ଡ ଦିଆଯିବା ପାଇଁ ସାଧାରଣରେ ଦାବି ହେଉଛି। କରୋନା ଭାଇରର୍ ବାହାନା କରି ନବବଧୂକୁ ନିର୍ଯାତନା ଦେବା ଘୋର ନିନ୍ଦନୀୟ। କୌଣସି ମତେ ଅଭିଯୁକ୍ତକୁ ଛାଡ଼ି ଦିଆ ନ ଯିବାକୁ ସମ୍ପୃକ୍ତ ମହିଳାଙ୍କ ସପକ୍ଷରେ ଅନେକ ଦାବି ଜଣାଇଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories