www.samajalive.in
Thursday, December 11, 2025
18.1 C
Bhubaneswar

କରୋନା ପ୍ରଭାବ : ମାସ୍କ ଓ ହ୍ୟାଣ୍ଡ୍‍ ସାନିଟାଇଜର୍‍ ଅତ୍ୟାବଶ୍ୟକ ସାମଗ୍ରୀ ଘୋଷିତ

ନୂଆଦିଲ୍ଲୀ : ସରକାର ମାସ୍କ ଓ ହ୍ୟାଣ୍ଡ୍‍ ସାନିଟାଇଜର୍‍କୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣର ବ୍ୟାପକତାକୁ ରୋକିବା ସକାଶେ ଉଦ୍ୟମକୁ ତ୍ୱରାନ୍ୱିତ କରିବା ଓ ଏହିସବୁ ସାମଗ୍ରୀ ଗୁଡ଼ିକର ଯୋଗାଣ ବୃଦ୍ଧି କରିବା ତଥା ମହଜୁଦ୍‍ କମ୍‍ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆଗାମୀ ୧୦୦ ଦିନ ପର୍ଯ୍ୟନ୍ତ ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରାଯାଇଛି। ଅସ୍ତ୍ରୋପଚାର ଓ ସୁରକ୍ଷା ମାସ୍କ,ହ୍ୟାଣ୍ଡ୍‍ ସାନିଟାଇଜର୍‍ ଏବଂ ଗ୍ଲୋଭ୍‍ସ୍‍ ଆଦି ସାମଗ୍ରୀ ସହଜରେ ଉପଲବ୍ଧ କରାଇବା ଓ ସେଗୁଡ଼ିକର ମୂଲ୍ୟ ନିୟନ୍ତ୍ରଣକୁ ନିଶ୍ଚିତ କରାଇବା ଲାଗି ସରକାର ଦୁର୍ବିପାକ ପରିଚାଳନା ଆଇନ ଲାଗୁ କରିଛନ୍ତି।

ଏକ ବିବୃତ୍ତିରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ କହିଛି, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁସାରେ ଏକ ନିର୍ଦ୍ଦେଶ ଜାରି କରି ଏହିସବୁ ସାମଗ୍ରୀ ଗୁଡ଼ିକୁ ଆସନ୍ତା ଜୁନ୍‍ ମାସ ୩୦ ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା
କରିଛନ୍ତି। ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫ରେ ସଂଶୋଧନ ଅଣାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories